ଗ୍ରାହକ କେଉଁଟି ବାଛିବେ, ଜିଓ ନା ଏୟାରଟେଲ ?

ସମୟ ଲାଇଭ୍‍,୨୬/୧୧: ଗ୍ରାହକଭ୍‍କ ଉଦ୍ଦେଶ୍ୟରେ ଜିଓ ଓ ଏୟାରଯେଲ ଗୋଟିଏ ପରେ ଗୋଟିଏ ପ୍ଲାନ ଅଫର କରୁଛନ୍ତି। ତେବେ ଉଭୟ କମ୍ପାନୀ ପକ୍ଷରୁ ମିଳୁଥିବା ପ୍ଲାନ ଗୁଡ଼ିକ ଉପରେ କେଉଁ ସୁବିଧା ଉପଲବ୍ଧ ହେଉଛି ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର …
ଜିଓ ଅଫର୍‍:
ଜିଓର ୧୪୯ ଟଙ୍କାରେ ଥିବା ଅଲ ଇନ ୱାନ ପ୍ଲାନକୁ ଏୟାରଟେଲର ୧୬୯ ପ୍ଲାନ ସହ ଟକ୍କର ମିଳିଛି। ଜିଓର ଏହି ପ୍ଲାନରେ ୨୪ ଦିନର ଭାଲିଡିଟି ସହ ୩୦୦ ଆଇସିୟୁ ମିନିଟ୍, ଜିଓ ରୁ ଜିଓ ଅନଲିମିଟେଡ କଲିଂ, ପ୍ରତିଦିନ ୧.୫ ଜିବି ଡାଟା ମିଳିବ।
ଜିଓର ୨୨୨ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ୧୦୦୦ ଆଇସିୟୁ ମିନିଟ୍, ପ୍ରତିଦିନ ୨ ଜିବି ଡାଟା, ଓ ଅନ୍ୟ ସୁବିଧା ମିଳୁଛି।
ଜିଓର ୩୩୩ ପ୍ଲାନରେ ୫୬ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା, ୧୦୦୦ ଆଇସିୟୁ ମିନିଟ୍, ଜିଓ ରୁ ଜିଓ ଅନଲିମିଟେଡ କଲିଂ ସୁବିଧା ମିଳିବ। ଜିଓର ୪୪୪ ପ୍ଲାନରେ ୮୪ ଦିନର ଭାଲିଡିଟି ସହ ୧୦୦୦ ଆଇସିୟୁ ମିନିଟ୍, ପ୍ରତିଦିନ ୨ଜିବି ଡାଟା ମିଳିବ।
ଏୟାରଟେଲ ଅଫର୍‍:
ଏୟାରଟେଲର ୧୬୯ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ୨୮ ଜିବି ଡାଟା, ଅନଲିମିଟେଡ କଲିଂ ସୁବିଧା ମିଳୁଛି। ଏହାର ଅର୍ଥ ୨୦ ଟଙ୍କା ଅଧିକ ଦେଇ ଗ୍ରାହକମାନେ ଅନଲିମିଟେଡ କଲିଂର ସୁବିଧା ଉଠାଇପାରିବେ। କିନ୍ତୁ ଜିଓ କେବଳ ୩୦୦ ମିନିଟ୍ ଅଦର କଲିଂ ପାଇଁ ସୁବିଧା ଦେବ।
ସେହିପରି ଏୟାରଟେଲରେ ୨୪୯ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା ଓ ଅନଲିମିଟେଡ କଲିଂ ସୁବିଧା ମିଳୁଛି।
ଏୟାରଟେଲରେ ୩୪୯ ପ୍ଲାନରେ ୨୮ ଦିନର ଭାଲିଡିଟି ସହ ପ୍ରତିଦିନ ୩ ଜିବି ଡାଟା, ଅନଲିମିଟେଡ କଲିଂ ସୁବିଧା ମିଳିବ।
ଏୟାରଟେଲରେ ୪୪୮ ପ୍ଲାନରେ ୮୨ ଦିନର ଭାଲିଡିଟି ସହ ପ୍ରତିଦିନ ୧.୫ ଜିବି ଡାଟା ଓ ଅନଲିମିଟେଡ କଲିଂ ସୁବିଧା ମିଳିବ।

Comments are closed.