ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ

0

ସମୟ ଲାଇଭ,୧/୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ୮୧ଟି ବିଧାନସଭା ଆସନ ପାଇଁ ଏଠାରେ ୫ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୩୦ରୁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଭୋଟ ଗଣତି ହେବ । ତେବେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ୱିତୀୟ ପର୍ୟ୍ୟାୟ ଡିସେମ୍ବର ୭, ତୃତୀୟ ପର୍ୟ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ୟ୍ୟାୟ ୧୬ ଡିସେମ୍ବର ଓ ପଞ୍ଚମ ପର୍ୟ୍ୟାୟ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ । ଚୂଡାନ୍ତ ଫଳାଫଳ ଡିସେମ୍ବର ୨୩ରେ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶୁକ୍ରବାର ଠାରୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ କରାଯାଇଛି । ସୂଚନାଯୋଗ୍ୟ, ଜାନୁଆରୀ ୫ ୨୦୨୦ରେ ଝାଡଖଣ୍ଡ ବିଧାନସଭାର କାର୍ୟ୍ୟକାଳ ପୂରଣ ହେଉଛି ।

Leave A Reply

Your email address will not be published.