ଗଙ୍ଗେଶ୍ୱର ମହାଦେବଙ୍କ ଝାମୁଯାତ୍ରା!

ସମୟ ଲାଇଭ,12/4 (ପ୍ରଫୁଲ୍ଲ ମିଶ୍ର): କଟକ ଜିଲ୍ଲା ସାଲେପୁର ର ଗଙ୍ଗେଶ୍ୱର ମହାଦେବଙ୍କ ଆଜି ଝାମୁଯାତ୍ରା ଓ ଆସନ୍ତା କାଲି ପଣା ସଂକ୍ରାନ୍ତି ଏହାକୁ ମଧ୍ୟ ପାଟୁଆ ଯାତ୍ରା କୁହାଯାଏ । ପ୍ରବଳ ଜନସମାଗମ ହୋଇଥାଏ ଏଠାରେ । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ଦ ରହିଛି ଝାମୁଯାତ୍ରା । ଖାଁ ଖାଁ ଲାଗୁଛି ପରିବେଶ । ତେବେ ଏଠାରେ ଯଦି ଗୋଟିଏ ବର୍ଷ ପାଟୁଆ ଯାତ୍ରା ବନ୍ଦ ହୋଇଯାଏ ପରମ୍ପରା ଅନୁଯାୟୀ 12 ବର୍ଷ ବନ୍ଦ ହୋଇଯିବ ଯାତ୍ରା । ପରମ୍ପରା ଅନୁସାରେ ପ୍ରତ୍ୟକ ବର୍ଷ ଚରିକି ପାଟୁଆ, କଣ୍ଟା ପାଟୁଆ, ଖଣ୍ଡା ପାଟୁଆ ମାନେ ସେମାନଙ୍କ ମାନସିକ ଅନୁଯାୟୀ ପାଟୁଆ ଭାବେ ପ୍ରଭୁଙ୍କ ପାଖରେ ଭକ୍ତି ଓ ଶ୍ରଦ୍ଧାର ପରାକାଷ୍ଠା ଦେଖାଇ ଥାନ୍ତି । ତେବେ ଗୋଟିଏ ପଟେ ସରକାରଙ୍କ କଟକଣା ଓ ଅନ୍ୟପଟେ ପରମ୍ପରାକୁ ସମନ୍ୱୟ କରି ଏବର୍ଷ ମାତ୍ର ସାମାଜିକ ଦୂରତ୍ୱ ରଖି ଦୁଇ ତିନୋଟି ମାନଶିକଧାରୀ ପାଟୁଆଙ୍କୁ ଅନୁମତି ଦିଆଯାଇଛି । ବାକି ଶ୍ରଦ୍ଧାଳୁଙ୍କ ଘରେ ରହି ଉପାସନା କରିବାକୁ ପୂଜକ ଓ ପ୍ରଶାସନ ପାଟୁଆ ମାନଙ୍କୁ କହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟରେ ମନ୍ଦିରରକୁ ରଖା ଯାଇଛି ।

Comments are closed.