ଆଜି ଲୌହମାନବଙ୍କ ଜୟନ୍ତୀ

0

ସମୟ ଲାଇଭ୍‍,୩୧/୧୦ : ଆଜି ସ୍ୱାଧୀନତା ସଂଗ୍ରାମୀ ତଥା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ। ତେବେ ଗତ ବର୍ଷ ସର୍ଦ୍ଦାର ପଟେଲଙ୍କ ପବିତ୍ର ଜନ୍ମଦିବସ ଉପଲକ୍ଷେ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରାଯାଇଥିଲା । ଗୁଜରାଟର ନର୍ମଦା ଜିଲ୍ଲା ଅନ୍ତର୍ଗତ କେଭଡ଼ିଆ ଗ୍ରାରେ ବିଶ୍ୱର ଏହି ସର୍ବବୃହତ୍ ପ୍ରତିକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଥିଲେ । ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ଅନନ୍ୟ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଦେଶବାସୀଙ୍କ ଉଦ୍ବୋଧନରେ ଏକତାର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନ ଭାରତର ନିର୍ମାତା ତଥା ଅନେକ ଗଡ଼ଜାତ ରାଜ୍ୟକୁ ଏକତାର ମନ୍ତ୍ର ପଢ଼ାଇଥିବା ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତିକୁ ଏକତାର ମୂର୍ତ୍ତି ରୂପେ ପରିଗଣିତ କରାଯାଇଛି। ଏହି ମୂର୍ତ୍ତିକୁ ୭ କିଲୋମିଟର ଦୂରତାରୁ ମଧ୍ୟ ଦେଖିହେଉଛିି । ଏହି ପ୍ରତିମୂର୍ତ୍ତିରେ ଲିଫ୍ଟ ବ୍ୟବସ୍ଥା ରିହିଛି। ଏହି ଲିଫ୍ଟ ମାଧ୍ୟମରେ ପ୍ରତିମୂର୍ତ୍ତିର ବକ୍ଷ ପର୍ୟ୍ୟନ୍ତ ଉଠି ସର୍ଦ୍ଦାର ସରୋବର ଡ଼୍ୟାମ୍ ଦେଖି ହେଉଛିି ।
ଏହାବ୍ୟତୀତ ସର୍ଦ୍ଦାର ପଟେଲଙ୍କ ଜୀବନୀ ସହ ସମ୍ପର୍କିତ ସଂଗ୍ରହାଳୟରୁ ଲୋକମାନେ ଅନେକ ତଥ୍ୟ ଜାଣିବାକୁ ପାଉଛନ୍ତି ।

Leave A Reply

Your email address will not be published.