ଆମେରିକାକୁ ୫-୧ରେ ଗୋଲରେ ହରାଇ ଅଲମ୍ପିକ୍ସ ଅଭିଯାନ ଆରମ୍ଭ କରିଲା ଭାରତୀୟ ମହିଳା ହକି ଟିମ

0

ସମୟ ଲାଇଭ, ୧/୧୧: କଳିଙ୍ଗ ଷ୍ଟାଡିୟମରେ ଆଜି ଭରତୀୟ ମହିଳା ହକି ଟିମ ତାର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରି ଅଲମ୍ପିକ୍ସ ପାଇଁ ଅଭିଯାନ ଆରମ୍ଭ କରିଛି ୲ ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଗୋଲ କରିଥିବା ବେଳେ ଲିଲିମା ମିଞ୍ଜ, ଶର୍ମିଲା ଦେବୀ ଓ ନଭନୀତ କୌର ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ ୲ ଆମେରିକା ପକ୍ଷରୁ ଏରିନ ମ୍ୟାଟସନ କେବଳ ଗୋଟିଏ ମାତ୍ର ଗୋଲ ଦେବାରେ ସକ୍ଷମ ହୋଇଥିଲେ ୲ ଭାରତୀୟ ମହିଳା ଟିମ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳୁଥିବା ବେଳେ ପୁରା ଜୋସ୍ ର ସହିତ ଦମଦାର ଖେଳ ପ୍ରଦର୍ଶନ କରିଥିଲା ୲ ଖେଳ ଆରମ୍ଭରୁ ଭାରତୀୟ ଖେଳାଳି ମାନେ ଆକ୍ରମଣାତ୍ମକ ଭାଵେ ବଲକୁ ନିଜ ନିୟନ୍ତ୍ରଣରେ ରଖି ଆମେରିକା ଖେଳାଳିଙ୍କ ଉପରେ ଚାପ ପକାଇଥିଲେ ୲ ଘରୋଇ ପରିବେଶ ସାଙ୍ଗକୁ ଦର୍ଶକଙ୍କ ଚିଇର ଅଫ ଖେଳାଳିଙ୍କୁ ଅଧିକ ଉତ୍ସାହିତ କରିଥିଲା ୲

Leave A Reply

Your email address will not be published.