ଇଣ୍ଡିଆ ପୋଷ୍ଟ ଦ୍ଵାରା ସଚେତନତା ଶିବିର

ସମୟ ଲାଇଭ,୧୪/୨( ମଧୁ ସିନ୍ଦୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମପଞ୍ଚାୟତ କାର୍ଯାଳୟ ପରିସର ମଧ୍ୟରେ ଭବାନୀପାଟଣା ଶାଖା ପକ୍ଷରୁ ଏକ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ନିଜ ଘରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବା ସହ ଉପସ୍ଥିତ ହିତାଧିକାରୀ ମାନଙ୍କୁ ସଚେତନ କରାଇବା ସହିତ ବିଭିନ୍ନ ଯୋଜନା ଉପରେ ଅତିଥିଗଣ ଆଲୋକପlତ କରିଥିଲେ l ଇଣ୍ଡିଆ ପୋଷ୍ଟାଲ ବିଭାଗ ପକ୍ଷରୁ ଓଡିଶାର କଳାହାଣ୍ଡି ଓ ରାୟଗଡା ଏହି ଦୁଇଟି ଜିଲ୍ଲା କୁ ବ୍ୟାଙ୍କିଙ୍ଗ ସେବା, ବିଭିନ୍ନ ବୀମା, ଆର୍ଥିକ ସାକ୍ଷରତା ଆଦି ବିଷୟରେ ସୁବିଧା ସୁଯୋଗ ଯୋଗାଇବାର ବ୍ୟବସ୍ଥା କରାଯାଇଛି l ଏହି ଶିବିରରେ ବ୍ରହ୍ମପୁର ରିଜିଓନାଲ ପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣଲ ଜଳେଶ୍ୱର କହର, ଅତିରିକ୍ତ ଜେନେରାଲ ମ୍ୟାନେଜର ଇଣ୍ଡିଆନ ପୋଷ୍ଟ ର କନିଷ୍କ କୁମାର ଧିବିର, କଳାହାଣ୍ଡି ଡିଭିଜନ ର ପୋଷ୍ଟାଲ ଅଧକ୍ଷ ତାରିଣୀ ଚନ୍ଦ୍ର ପାଢୀ, ଭବାନୀପାଟଣା ଆଇ ପି ପି ବି ଚନ୍ଦନ ଦାଶ, ପ୍ରମୁଖ ଏହି ଶିବିରରେ ଲୋକମାନଙ୍କୁ ଯୋଜନା ବିଷୟରେ ନିଜସ୍ୱ ମତ ପ୍ରକାଶ କରିଥିଲେ l ଏହି ସଚେତନତା ଶିବିରରେ ଲଲାଟେନ୍ଦୁ ଚାନ୍ଦ ପୋଷ୍ଟାଲ ଇନ୍ସପେକେଟର ଏହି ଶିବିର କୁ ପରିଚାଳନା କରିଥିଲେ l ଏଥିରେ କେସିଙ୍ଗା ପୋଷ୍ଟାଲ ବ୍ରାଞ୍ଚର ସମସ୍ତ ପୋଷ୍ଟ ମାଷ୍ଟର ଯୋଗ ଦେଇଥିଲେ l

Comments are closed.