ରାଞ୍ଚି ଟେଷ୍ଟରେ ଭାରତର ଦମଦାର ବିଜୟ

୩-୦ରେ ସିରିଜ କବ୍ଜା କଲା ଟିମ ଇଣ୍ଡିଆ

ସମୟ ଲାଇଭ,୨୨/୧୦:  ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃ୍ତିୟ ଟେଷ୍ଟମ୍ୟାଚରେ ଭାରତ ଜିିତାପଟ ହାସଲ କରିଛି । ୨୦୩ ରନ୍ର ବିଶାଳ ବ୍ୟବଧାନରେ ଜିତିବା ସହ ୩-୦ରେ ସିରିଜ କବ୍ଜା କଲା ଟିମ ଇଣ୍ଡିଆ । ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକାକୁ ମ।ତ୍ର ୧୩୩ ରନରେ ଅଲଆଉଟ କରି ଭାରତ ଏହି ଦମଦାର ବିଜୟ ହାସଲ କରିଛି । ଆଜି ଚତୁର୍ଥ ଦିନର ଖେଳ ଆରମ୍ଭରୁ ୨ୱିକେଟ ହାସଲ କରିବା ଥିଲା ଭାରତୀୟ ବୋଲରଙ୍କ କାମ । ମାତ୍ର ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଏକ ଇନିଂସ ଏବଂ ୨୦୩ ରନରେ ଜିତିଛି ଭାରତ । ତୃତୀୟ ଦିନ ଖେଳ ଶେଷ ସୁଧା ୮ ୱିକେଟ୍ ହରାଇ ୧୩୨ ରନ କରିଥିଲା ଦକ୍ଷିଣ ଆଫ୍ରିକା ଆଉ ଆଜି ମାତ୍ର ଏକ ରନ କରିପାରିଥିଲା ରାଞ୍ଚି ଟେଷ୍ଟରେ ଭାରତର ବିଜୟ ସହ କ୍ରିକେଟ ଫ୍ୟାନଙ୍କୁ ଦୀପାବଳୀ ଭେଟି ଦେଇଛି ଟିମ୍ ଇଣ୍ଡିଆ ।

Comments are closed.