ପାନର ଧାର୍ମିକ ମହତ୍ତ୍ୱ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ଧାର୍ମିକ ପୁରାଣରେ ପାନର ମହତ୍ତ୍ୱ ବେଶ୍‌ ଅଧିକ । କେତେକ ପୂଜା ଅଛି ଯାହାକୁ ପାନ ବିନା ଅଧୁରା ବୋଲି ଧରାଯାଇଥାଏ । ଅନେକ ଶୁଭ କାମରେ ଏହାର ବ୍ୟବହାର କରାଯାଇଥାଏ । ପାନକୁ ବିଭିନ୍ନ ଦେବଦେବୀଙ୍କର ନିବାସ ବୋଲି ଧରାଯାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ପାନର ବ୍ୟବହାର କରି ଅନେକ ସମସ୍ୟାର ସମାଧାନର ଉପାୟ ବାହାର କରାଯାଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ ସମ୍ବନ୍ଧରେ-
ପାନକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଲାପ ପାଖୁଡା ସହିତ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ । ଏଭଳି କରିବା ଦ୍ୱାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହିଭଳି ଶ୍ରାବଣ ମାସରେ ପାନରେ ଗୁଆ, ପାନମଧୁରୀ, ଗୁଲ୍‌କନ୍ଦ (ଗୋଲାପ ପାଖୁଡାରୁ ପ୍ରସ୍ତୁତ) ଆଦି ଦେଇ ଶିବଙ୍କୁ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେହିଭଳି ଯଦି ବିବାହରେ ବିଳମ୍ବ ହେଉଛି, ତେବେ ସିନ୍ଦୂର ଓ ଘିଅ ମିଶାଇ ପାନ ପତ୍ରରେ ନିଜ ନାଁ ଲେଖନ୍ତୁ ଏବଂ ତାହାକୁ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ବିବାହର ଯୋଗ ଫିଟିବ ବୋଲି ବିଶ୍ୱାସ ରହିଛି । ସେହିଭଳି ଯଦି ଚାରିଆଡୁ ଆପଣଙ୍କୁ ସମସ୍ୟା ଘେରି ରହିଛି, ତେବେ ଘରେ ସକରାତ୍ମକତା ଆଣିବାକୁ ଘରେ ପୂଜା ସମୟରେ ପାନପତ୍ରର ବ୍ୟବହାର କରନ୍ତୁ । ଏଭଳି କରିବା ଦ୍ୱାରା ଘରେ ଥିବା ନକରାତ୍ମକତା ଦୂର ହେବା ସହ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.