ଗାଡ଼ିରୁ ତେଲ ସରିବା ଏଠି ଅପରାଧ !

ଜର୍ମାନ: ସାଧାରଣତଃ ଅପରାଧ ତାଲିକାରେ ଚୋରି, ହତ୍ୟା, ଲୁଣwନ, ମାରପିଟ ଭଳି ଭୁଲ ଆସିଥାଏ । ହେଲେ ଗାଡିରୁ ତେଲ ସରିବା ଏକ ଅପରାଧ ବୋଲି କେହି କେବେ ବିଶ୍ୱାସ କରିବେ ନାହିଁ । ଦୁନିଆରେ ଏଭଳି ଏକ ଦେଶ ଅଛି ଯେଉଁଠି ଗାଡିରୁ ତେଲ ସରିଲେ ତାହା ଅପରାଧରେ ଗଣା ହୋଇଥାଏ । ଏହି ଅପରାଧ ପାଇଁ ଗାଡିର ଡ୍ରାଇଭରକୁ ଦଣ୍ଡ ମଧ୍ୟ ମିଳିଥାଏ । ଜର୍ମାନୀରେ ରହିଛି ଏଭଳି ଅଜବ ନିୟମ । ଏଠାରେ ଗାଡି ଜୋରରେ ଚଲାଇବା ଅପରାଧ ନୁହେଁ । ହେଲେ ଯଦି ମଝିରାସ୍ତାରେ ଗାଡିରୁ ତେଲ ସରିଯାଏ ତେବେ ତାହା ଅପରାଧ । ଏହି ଅପରାଧ ପାଇଁ ଦଣ୍ଡ ସହ ଜରିମାନା ଦେବାକୁ ହୋଇଥାଏ । ତେଣୁ ଏଠିକାର ବାସିନ୍ଦା ଏଥିପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି ।

ଗାଡ଼ିରୁ ତେଲ ସରିବା ଏଠି ଅପରାଧ !
ସେହିଭଳି ଜର୍ମାନୀରେ ଫୋନ ଉଠାଇଲେ ହେଲୋ କୁହନ୍ତି ନାହିଁ । ତାଙ୍କୁ ସେଠି ଫୋନ ଉଠାଇବା ସମୟରେ ହେଲୋ ନକହି ନିଜର ନାମ କହିବାକୁ ହୋଇଥାଏ । ସେହିଭଳି ଆଉ ଏକ ଅଜବ ବିଶ୍ୱାସ ରହିଛି ସେଠିକାର ବାସନ୍ଦାଙ୍କ ମନରେ । ଜନ୍ମଦିନର ଶୁଭେଚ୍ଛା ଆଗୁଆ ଦିଆଯାଇନଥାଏ । ଆଗୁଆ ଶୁଭେଚ୍ଛାକୁ ଏଠାରେ ଅଶୁଭ ମାନନ୍ତି । କେବଳ ଜନ୍ମଦିନରେ ହିଁ ଶୁଭେଚ୍ଛା ଦିଆଯାଇଥାଏ ।

Launching Ceremony of “AYUSHMAN BHARAT

Comments are closed.