ଆଇକୋନିକ ପ୍ଲେସର ମାନ୍ୟତା ପାଇଲା କୋଣାର୍କ

ସମୟ ଲାଇଭ,୧୮/୩( ଦୁର୍ଗା ପ୍ରସାଦ ମହାପାତ୍ର) : ଅନ୍ତର୍ଜାତୀୟ ସ୍ତର ରେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି | ଆଇକୋନିକ ପ୍ଲେସର ମାନ୍ୟତା ପାଇଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଗତକାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟଲେଙ୍କ ଦ୍ଵାରା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଇକୋନିକ ପ୍ଲେସର ମାନ୍ୟତା ପ୍ରଦାନ କରାଯିବା ପରେ କୋଣାର୍କ ତଥା ସମଗ୍ର ଓଡିଶା ଵାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।

ବିଶ୍ୱରେ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଯେଉଁ କୋଣାର୍କ ସୂର୍ଯ୍ୟ ମନ୍ଦିର ଦିନେ ଅବସ୍ଥାପିତ ଥିଲା ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହି ସପ୍ତାଶ୍ଚର୍ଯ୍ୟ ତାଲିକାରୁ ତାର ନାମ ସମ୍ପୂର୍ଣ୍ଣ ହରାଇଥିଲା। ମାତ୍ର ଏହି ୮୦୦ ବର୍ଷର କୀର୍ତ୍ତିରାଜିର ଜୀବନ୍ତ ନମୁନା ସ୍ୱରୂପ ଦଣ୍ଡାୟମାନ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିପୁଣ କାରିଗରୀ ଓ ଜୀବନ୍ତ କାରୁକାର୍ଯ୍ୟ ଭରା ପ୍ରତିମୂର୍ତ୍ତି ଯାହାକି ପ୍ରତିଟି ପଥର ଖୋଦେଇରେ ଦେଖିବାକୁ ମିଳେ ତାର ସୌନ୍ଦର୍ଯ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ରାଜ୍ୟ ସରକାର ଙ୍କ ପ୍ରସ୍ତାବ କ୍ରମେ ବହୁ ଦିନରୁ ଏହି ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରକୁ ସ୍ୱତନ୍ତ୍ର ପରିଚୟ ଦେବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥିଲା |

ମଙ୍ଗଳବାର କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗୃହୀତ କରି ସୂର୍ଯ୍ୟ ମନ୍ଦିରକୁ ଆଇକୋନିକ ପ୍ଲେସର ମାନ୍ୟତା ପ୍ରଦାନ କରି ଓଡିଶା ତଥା ଓଡ଼ିଆ ଜାତିର ଗୋୖରବ ବଢ଼ାଇଛନ୍ତି।କେନ୍ଦ୍ର ସରକାର ଙ୍କ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଙ୍କ ଦ୍ଵାରା ଏହି ପ୍ରସ୍ତାବକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ବିଭିନ୍ନ ମହଲରୁ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏପଟେ ଵିଶ୍ଵ ଦରବାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ର ସ୍ୱତନ୍ତ୍ର ପରିଚୟ କୋଣାର୍କ ଅଞ୍ଚଳଵାସୀ ଙ୍କୁ ଆନନ୍ଦିତ କରିଥିବା ଜଣାପଡ଼ିଛି।

Comments are closed.