ରାଶିଫଳ (୧୨.୧.୨୦୨୬, ସୋମବାର )
ମାଘମାସ କୃଷ୍ଣପକ୍ଷ ନବମୀ
ମେଷ: କର୍ମରେ ଉନ୍ନତି, ଭୂମିବାହନ ଲାଭ, ଭଲ ବ୍ୟବସାୟ, କର୍ମକ୍ଷେତ୍ରେ ଖୁସି, ସୁସମ୍ପର୍କ, ପାରିବାରିକ ସହଯୋଗ, ବିଶିଷ୍ଟ କାର୍ଯ୍ୟ ପ୍ରତି ଆଗ୍ରହ, ଦୂରଯାତ୍ରା, ଶତ୍ରୁନାଶ, କଚେରି ମାମଲାରେ ଖୁସି, ବିଦ୍ୟାଲାଭ। କୃର୍ତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-କମଳା, ସଂଖ୍ୟା-୫, ଆରାଧନା- କୁବେର ଭଗବାନ।
ବୃଷ: ଖର୍ଚ୍ଚାନ୍ତ ଯୋଗ, କାର୍ଯ୍ୟରେ ଅସନ୍ତୁଷ୍ଟ, ବ୍ୟବସାୟରେ ଉନ୍ନତି, ନୂତନ ସହଯୋଗ, ତୀର୍ଥାଟନ, ସ୍ବଜନକଷ୍ଟ, ମାନସିକ ଖୁସି, ଅତିଥି ଚର୍ଚ୍ଚା, ଦୂର ସ୍ଥାନକୁ ଯାତ୍ରା, କିଛି କାର୍ଯ୍ୟରେ ଅଗ୍ରଗତି, ବିଦ୍ୟାରେ ଉନ୍ନତି, ଶତ୍ରୁ ଲାଗି ଚିନ୍ତିତ, ଗାଡ଼ି ଚାଳନାରେ ସାବଧାନ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ ଶୁଭରଙ୍ଗ-ହଳଦୀ, ସଂଖ୍ୟା-୩, ଆରାଧନା- ମା’ ଗ୍ରାମଦେବତୀ।
ମିଥୁନ: ଧନଲାଭ, କର୍ମକ୍ଷେତ୍ରେ ଉନ୍ନତି, ବ୍ୟବସାୟରେ ଲାଭ, ସୁମିଷ୍ଟ ଖାଦ୍ୟପ୍ରାପ୍ତି, ସ୍ବାସ୍ଥ୍ୟରେ ଉନ୍ନତି, ଦୂର ଯାତ୍ରା, ନ୍ୟାୟିକ ବ୍ୟବସ୍ଥାରେ ଆନନ୍ଦ। ପୁନର୍ଥସ୍ତୁ ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ମହାଲକ୍ଷ୍ମୀ।
କର୍କଟ: କର୍ମ ପ୍ରତି ଆଗ୍ରହ, ବ୍ୟବସାୟରେ ଉନ୍ନତି, ସମ୍ମାନିତ, ମନରେ ନୂଆ କାର୍ଯ୍ୟରେ ଆଗ୍ରହ, କାର୍ଯ୍ୟ ସଫଳ, ବନ୍ଧୁ ଗୃହକୁ ଯାତ୍ରା, ଭୂସମ୍ପତ୍ତି ଲାଭ, ଅଧିକ ସମସ୍ୟା ସମାଧାନ, ଗୃହେ ଉତ୍ସବ, ପରିଶ୍ରମ ଅଧିକ ରହିବ, ବିଦ୍ୟାରେ ସଫଳତା। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ଲାଲ, ସଂଖ୍ୟା-୨, ଆରାଧନା- ମା’ ଦକ୍ଷିଣକାଳୀ।
ସିଂହ: ଗୁରୁଜନଙ୍କ କୃପା, ଅନୁଷ୍ଠାନରୁ ଲାଭ, ପାରିବାରିକ ଖୁସି, ମାନସମ୍ମାନ ପ୍ରାପ୍ତି, ପରିଭ୍ରମଣ ଯୋଗ, ବନ୍ଧୁ ସହଯୋଗ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି, ଉଚ୍ଚଆଶା ଫଳପ୍ରଦ, ଶତ୍ରୁରେ କଷ୍ଟ, ଭୂମିବାହନ ଲାଭ, ଧାର୍ମିକ କର୍ମ ପ୍ରତି ଆଗ୍ରହ, ପିଲାଙ୍କ ଖୁସି, ବିଦ୍ୟାରେ ସଫଳତା। ପୂର୍ବାଫାଲ୍ଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ମା’ ଭଗବତୀ।
କନ୍ୟା: ଶାରୀରିକ ସୁସ୍ଥତା, ଉତ୍ସବ ପ୍ରତି ଅନାଗ୍ରହ, ଅର୍ଥ ସମସ୍ୟାରେ ଲାଭ, ଶତ୍ରୁ ପରାଭବ, କାମରେ ବିଳମ୍ବ, ସ୍ବଜନ ବିରୋଧ, ଗାଡ଼ିଚାଳନାରେ ସାବଧାନ, ନୂତନ ସମସ୍ୟା, ଭାତୃ ବିରୋଧ, ଲାଭର ପରିମାଣ କମ୍ ରହିବ, ବିଦ୍ୟାରେ ଉନ୍ନତି। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ଲକ୍ଷ୍ମୀନାରାୟଣ।
ତୁଳା: ଆନନ୍ଦ ପ୍ରାପ୍ତି, ଗୃହେ ଉତ୍ସବ, ଅତିଥି ଚର୍ଚ୍ଚା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁଦ୍ବାରା ପୀଡ଼ିତ, ଉଚ୍ଚଆଶା ସଫଳ, କିଛି କାର୍ଯ୍ୟରେ ମାନସିକ ଅବସାଦ, ଦୂରଯାତ୍ରା, ଭୂସମ୍ପତ୍ତି ଲାଭ, ପରୋପକାର, ସମାଜସେବା, କିଛି ଶୁଭ ଖବର ମିଳିବ, ବିଦ୍ୟାରେ ସଫଳତା। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଭଗବାନ ଶଙ୍କର।
ବିଛା: ନୂତନ ଦ୍ରବ୍ୟ ଲାଭ, ସମାଜସେବା, ଧର୍ମକାର୍ଯ୍ୟ ପ୍ରତି ଆଗ୍ରହ, ଶାରୀରିକ ସୁସ୍ଥତା, କର୍ମରେ ସହଯୋଗ, ନୂତନ ବ୍ୟବସାୟ ପ୍ରତି ଆଗ୍ରହ, ଶତ୍ରୁ ପରାଭବ, ଶୁଭ ଭାର୍ଯ୍ୟରେ ଧନବ୍ୟୟ, ଅଧିକ ସହାୟତା, ସନ୍ତାନ ସ୍ନେହ, ଦୂରଯାତ୍ରା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ମେରୁନ, ସଂଖ୍ୟା-୪, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: ରୋଗନାଶ, ଶତ୍ରୁ ଲାଗିରହିବେ, ହଠାତ୍ ଲାଭ, ଶାରୀରିକ ସୁସ୍ଥତା, ଗୃହେ ଉତ୍ସବ, ଶୁଭଖବର, ପରିଭ୍ରମଣ ଯୋଗ, ମାନସିକ ଶାନ୍ତି, ପିଲାଙ୍କ ଚିନ୍ତା, ଜଞ୍ଜାଳବୃଦ୍ଧି, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଦର୍ଶନ, ପଡ଼ୋଶୀ କଳହ, ପାରିବାରିକ ଖୁସି, ବିଦ୍ୟାରେ ଅବନତି ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ ଶୁଭରଙ୍ଗ-ଧଳା, ସଂଖ୍ୟା-୨, ଆରାଧନା- ଗ୍ରାମଦେବତୀ।
ମକର: ଗୃହେ ଅଶାନ୍ତି, ସ୍ବଜନବିରୋଧ, ଉଚ୍ଚଆଶାରେ ବିଳମ୍ବ, ଅଯଥା ଖର୍ଚ୍ଚ, ମୂଲ୍ୟବାନ ପଦାର୍ଥ ନଷ୍ଟ, ମାନସିକ ବିବାଦ, ଦୂରଯାତ୍ରା, ବନ୍ଧୁ ସହଯୋଗ, ଧାର୍ମିକ ଉତ୍ସବରେ ଯୋଗଦାନ, ସ୍ତ୍ରୀ କଳହ, ଉତ୍ତମ ସ୍ବାସ୍ଥ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାରେ କଷ୍ଟ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-୧୦, ଆରାଧନା- ମା’ ବଗଳାମୁଖୀ।
କୁମ୍ଭ: ରାଜସମ୍ମାନ ପ୍ରାପ୍ତି, ତୀର୍ଥାଟନ ଯୋଗ, ପାରିବାରିକ ସହଯୋଗ, ଉତ୍ସବ ପ୍ରତି ଆଗ୍ରହ, ନୂତନ ଦ୍ରବ୍ୟ ଲାଭ, ଉଚ୍ଚଆଶା ସଫଳ, ସ୍ବାସ୍ଥ୍ୟରେ ସତର୍କତା, ଶତ୍ରୁନାଶ, ଭୂମିବାହନ ଲାଭ, ନୂତନ ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରା, ଗାଡ଼ିମୋଟରରେ ସାବଧାନତା। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ନୀଳ, ସଂଖ୍ୟା-୧୧, ଆରାଧନା- ଲକ୍ଷ୍ମୀନୃସିଂହ।
ମୀନ: କାର୍ଯ୍ୟରେ ବିଳମ୍ବ, ଶତ୍ରୁ ଦେଖାଦେବେ, ପରିଶ୍ରମ ଅଧିକ, ଲାଭ କମ୍, ଉତ୍ସବ ପ୍ରତି ଆଗ୍ରହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶାରୀରିକ ସୁସ୍ଥତା, ଧନଦ୍ରବ୍ୟ ନଷ୍ଟ, ନ୍ୟାୟିକ ବ୍ୟବସ୍ଥାରେ ଦୁଃଖ, ଅତିଥି ସତ୍କାର, ନୂତନ କର୍ମନିଯୁକ୍ତି, ପାରିବାରିକ ଖୁସି। ଉତ୍ତରାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ। ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମା’ ଭୁବନେଶ୍ବରୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



