ଆଜିର ପଞ୍ଜିକା ( ୧୩-୧୨-୨୦୨୫ ଶନିବାର )
ପୌଷମାସ କୃଷ୍ଣପକ୍ଷ ନବମୀ
ମେଷ - ବନ୍ଧୁଲାଭ, ଧାର୍ମିକ କାର୍ଯ୍ୟ କରିବେ, ପରିବାରରେ ସୁଖଶାନ୍ତି ମିଳିବ, ନୂତନକର୍ମ ନିଯୁକ୍ତି, ମନରେ ବିଭିନ୍ନ କାର୍ଯ୍ୟରେ ଉତ୍ସାହ, କର୍ମରେ ସଫଳତା, ବାଣିଜ୍ୟରେ ଅଳ୍ପ ଉନ୍ନତି, ରୋଗ ଋଣ ଓ ଶତ୍ରୁରୁ ସାମୟିକ ମୁକ୍ତି । ଅଶ୍ୱିନୀ ନକ୍ଷେତ୍ର ସତର୍କ ରୁହନ୍ତୁ । ଆରାଧନା -ମହାଲକ୍ଷ୍ମୀ, ରଙ୍ଗ -ଗୋଲାପି, ସଂଖ୍ୟା - ୭ ।
ବୃଷ - ଘାତବାର ଭୋଗହେତୁ କର୍ମକ୍ଷେତ୍ରେ ବିବାଦ, ବ୍ୟବସାୟରେ ଅଳ୍ପ ଉନ୍ନତି, ଶାରୀରିକ କଷ୍ଟ, ଶତ୍ରୁପୀଡା, କିଛି ବିବାଦ ସମାଧାନ ହେବ, ଆର୍ଥିକ କାରବାରରେ ସମାଧାନ, ଗୃହରେ ଶୁଭକାର୍ଯ୍ୟ ହେବ, କାର୍ଯ୍ୟକ୍ଷେତ୍ରରେ ସହଯୋଗ । ରୋହିଣୀ ନକ୍ଷେତ୍ର ସତର୍କ ରୁହନ୍ତୁ । ଆରାଧନା ଶ୍ରୀ ଜଗନ୍ନାଥ, ରଙ୍ଗ ଧଳା, ସଂଖ୍ୟା ୫ ।
ମିଥୁନ - ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଓ ଆର୍ଥିକ ଠକାମିରେ ପଡିପାରନ୍ତି, ଅର୍ଥସମସ୍ୟା ଅଳ୍ପ ସମାଧାନ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ହେବାର ଭୟ, ଯାନବାହାନରେ ଖର୍ଚ୍ଚାନ୍ତ, ମନକୁ ଶାନ୍ତରଖନ୍ତୁ, ଖୁସିମିଳିବ ପୁନର୍ବସୁ ନକ୍ଷେତ୍ର ପାଇଁ ସତର୍କତା । ଆରାଧନା ମହାଶିବ, ରଙ୍ଗ -ହଳଦିଆ, ସଂଖ୍ୟା ୮ ।
କର୍କଟ - ସଫଳତା, ନୂତନ କର୍ମ ଆରମ୍ଭ କରିବେ, କର୍ମରେ ସଫଳତା,ବିବାଦରୁ ମୁକ୍ତି ମିଳିବ, ବ୍ୟବସାୟରେ ଉନ୍ନତି, ସୁ ସମାଚାର ମିଳିବ, ପରୋପକାର, ସମାଜସେବା ଓ ଧାର୍ମିକ କାର୍ଯ୍ୟରେ ଅଧିକ ଆଗ୍ରହ ରହିବ, ବନ୍ଧୁ ଦର୍ଶନ ମିଳିବ, ଅଳ୍ପ କଷ୍ଟ ଆସିବ, ଅଶ୍ଲେଷା ନକ୍ଷେତ୍ର ସତର୍କତ ରୁହନ୍ତୁ,ଆରାଧନା - ପ୍ରଭୁ ରାଧାବଲ୍ଲଭ, ରଙ୍ଗ - ବାଇଙ୍ଗେଣି, ସଂଖ୍ୟା - ୪ ।
ସିଂହ - ଦ୍ୱିତୀୟ ଚନ୍ଦ୍ର ଭୋଗ ହେତୁ ଖର୍ଚ୍ଚ ଅପେକ୍ଷା ସଞ୍ଚୟ ଅଧିକ, ମାନସମ୍ମାନ ମିଳିବ, ଶତ୍ରୁ ଲାଗିରହିବେ, ବ୍ୟବସାୟରେ ଲାଭ କମ, ଅସୁସ୍ଥତା ଦୂରହେବ, ପାରିବାରିକ ଅଶାନ୍ତି ବୃଦ୍ଧି, ତୀର୍ଥଯାତ୍ରା, ଗାଡି ଚାଳନାରେ ସାବଧାନ । ପୁର୍ବାଫାଲୁଗୁନି ନକ୍ଷତ୍ର ସର୍ତକ ରୁହନ୍ତୁ । ଆରାଧନା - ଭଗବାନ ଶିବ, ରଙ୍ଗ - ଧଳା, ସଂଖ୍ୟା - ୧୧ ।
କନ୍ୟା - ଜନ୍ମଚନ୍ଦ୍ର ଭୋଗ ହେତୁ ବିଭିନ୍ନ କାର୍ଯ୍ୟରେ ଉନ୍ନତି, ପାରିବାରିକ ସୁଖ, ବ୍ୟବସାୟରେ ଲାଭ, ମାଲିମMଦମାରେ ବିଜୟ, କର୍ମକ୍ଷେତ୍ରରେ ପଦୋନ୍ନତି, ସୁ ସମାଚାର, ବିଭିନ୍ନ କାମରେ ବିଳମ୍ବ ମାତ୍ର ଖୁସି ଲାଗିରହିବ । ଶତ୍ରୁମାନେ ମିତ୍ରତାର ପରିଚୟ ଦେବେ । ହସ୍ତାକନ୍ୟା ସତର୍କ ରୁହନ୍ତୁ । ଆରାଧନା - ବିମଳା, ରଙ୍ଗ - ବାଇଙ୍ଗେଣୀ, ସଂଖ୍ୟା - ୮ ।
ତୁଳା - ଆର୍ଥିକ କ୍ଷତି ରହିବ, ବ୍ୟବସାୟରେ ମାନ୍ଦା ପରିସ୍ଥିତି, କାର୍ଯ୍ୟରେ ବିଳମ୍ବ, ଅପବାଦ, ଶତ୍ରୁ ଲାଗି ରହିବେ, ସ୍ୱାସ୍ଥ୍ୟରେ ଉନ୍ନତି, ଅନୁଚିତ କର୍ମରେ ଆଗ୍ରହ, ନୂଆ ଯୋଜନାରେ ଅନାଗ୍ରହ, କିଛି କଷ୍ଟ ରହିଛି । ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା - ଭଗବତୀ, ରଙ୍ଗ - ଗୋଲାପି ,ସଂଖ୍ୟା - ୫ ।
ବିଛା - ଆୟବୃଦ୍ଧି, ସଫଳତା, ବିବାଦିତ କାର୍ଯ୍ୟରେ ବିଜୟ, କର୍ମକ୍ଷେତ୍ରରେ ସଫଳତା, ମାନସମ୍ମାନ, ସମାଜ ସେବା କ୍ଷେତ୍ରରେ ସନ୍ତୁଷ୍ଠ, ଆଶା ପୂରଣ, ଶତ୍ରୁ ପରାଜିତ, ସମସ୍ତଙ୍କର ପ୍ରିୟପାତ୍ର ହେବେ । ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା - ଶ୍ରୀ ଜଗନ୍ନାଥ, ରଙ୍ଗ - ହଳଦୀ, ସଂଖ୍ୟା - ୧୨ ।
ଧନୁ - ସୁଖପ୍ରାପ୍ତି, ଆର୍ଥିକଲାଭ, ମାଲିମMଦମାରୁ ଶୁଭଖବର, ଶତ୍ରୁ ପରାଜିତ, ଦୁଃଖ ଦୂରହେବ, ସହଯୋଗ ମିଳିବ, ଭାତୃଭଗ୍ନୀଙ୍କ ସ୍ନେହ, ଋଣ ପରିଶୋଧ କରିବେ, ନୂତନ ନିଯୁକ୍ତି, କର୍ମକ୍ଷେତ୍ରେ ବିବାଦ । ପୁର୍ବାପାତା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା - ଗୁରୁଜନଙ୍କ ସେବା, ରଙ୍ଗ - ଧଳା, ସଂଖ୍ୟା - ୮ ।
ମକର - ମନସ୍ତାପ, କିଛି କାର୍ଯ୍ୟରେ ବାଧା, ଭୂସମ୍ପତି ଲାଭ, ମାଲମକଦ୍ଦମାରେ ସମସ୍ୟା, ପ୍ରଶଂସା, ବ୍ୟବସାୟରେ ଲାଭ, ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ, ପାରିବାରିକ କଳହ, ନୂତନ କର୍ମ, କର୍ମକ୍ଷେତ୍ରେ ସମସ୍ୟା । ଉତ୍ତରାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା - ମଙ୍ଗଳା, ରଙ୍ଗ - ବାଇଙ୍ଗେଣୀ, ସଂଖ୍ୟା - ୮ ।
କୁମ୍ଭ - କିଣାବିକା, ଲାଭ କମ, ଆର୍ଥିକ ସ୍ଥିତି ବିଗିଡିବ, ଶତ୍ରୁ ପରାଜିତ, ଅସୁସ୍ଥତା, ନୂଆ କାମ କରିବାରେ ଆଗ୍ରହ, ପାରିବାରିକ ସୁଖ, ଗୃହରେ ଉତ୍ସବ, ବ୍ୟବସାୟରେ ମଧ୍ୟମ ଫଳ, ଗୃହଜଞ୍ଜାଳ । ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ । ପ୍ରତିକାର- ଗାଈକୁ ଖାଇବାକୁ ଦିଅନ୍ତୁ, ରଙ୍ଗ - ନୀଳ, ସଂଖ୍ୟା - ୫ ।
ମୀନ - ନୂତନ ନିଯୁକ୍ତି, ବ୍ୟବସାୟରେ ଉନ୍ନତି, ଖୁସି ଖବର, ଶତ୍ରୁ ପରାଜିତ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ, ବାକିଧନ ପ୍ରାପ୍ତି, ତୀର୍ଥାଟନ କରିବେ । ନୂଆ ଯୋଜନାର ଲାଭ, ଜମିଜମା କିଣାବିକା, ଅର୍ଥପ୍ରାପ୍ତି, ସମାଜ ସେବା । ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା - ମା ଦକ୍ଷୀଣକାଳୀ, ରଙ୍ଗ - ଗୋଲେïନ, ସଂଖ୍ୟା - ୪ ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



