ଆଜିର ପଞ୍ଜିକା ( ତା-୧୨-୧୨-୨୦୨୫, ଶୁକ୍ରବାର )
ପୌଷମାସ, କୃଷ୍ଣପକ୍ଷ, ଅଷ୍ଟମୀ
ମେଷ- ବନ୍ଧୁ ସହଯୋଗ, ଜ୍ଞାନ ଓ ଦୂରଦୃଷ୍ଟି ଅଭାବ ରହିବ, ବାଣିଜ୍ୟ ମଧ୍ୟମ, ବନ୍ଧୁ ଦ୍ୱାରା ଲାଭ, ମନ ଅସ୍ଥିର, ଶତ୍ରୁ ଦ୍ୱାରା ଉତ୍ପିଡ଼ନ, ବିବାଦ, ଶୁଭକାର୍ଯ୍ୟ ପାଇଁ ଆଲୋଚନା, ଅସହଯୋଗ, ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା, ସ୍ୱାଦିଷ୍ଟ ଭୋଜନ, ଭରଣୀ ମେଷ ସତର୍କ ରୁହନ୍ତୁ । ଆରାଧନା-ବିଷ୍ଣୁ, ରଙ୍ଗ-ଲାଲ, ସଂଖ୍ୟା-୨ ।
ବୃଷ- ଅର୍ଥହାନି, ଗୁରୁଜନଙ୍କ କୃପା, ନୂଆ କାର୍ଯ୍ୟରେ ସଫଳତା, ପାରିବାରିକ ଖୁସି, ମୋକଦ୍ଦମାରେ ଶୁଭଫଳ, କର୍ମକ୍ଷେତ୍ର ମନୋମାଳିନ୍ୟ, ବନ୍ଧୁଗୃହକୁ ଯାତ୍ରା, ବ୍ୟବସାୟରେ ସୁଯୋଗ, ରୋହିଣୀ ବୃଷ ସତର୍କ ରହିବେ । ଆରାଧନା-ମଙ୍ଗଳା, ରଙ୍ଗ- ହଳଦୀ, ସଂଖ୍ୟା-୧୨ ।
ମିଥୁନ- ଉତ୍ସାହ, ପରିବାରରେ ସୁଖ ଶାନ୍ତି, ଭାଇଭଉଣୀଙ୍କ ସାହାଯ୍ୟ, ସୁସମ୍ବାଦ, ବ୍ୟବସାୟରେ ଉନ୍ନତି, ମାଙ୍ଗଳିକ ଉତ୍ସବ, ଶତ୍ରୁମାନେ ପରାଜିତ ହେବେ, ମାତ୍ର ଅଳ୍ପ ବିରୋଧ ରହିବ । ପୁନର୍ବସୁ ନକ୍ଷତ୍ର ସତର୍କ ରହିବେ । ଆରାଧନା- ହନୁମାନ, ରଙ୍ଗ-କଫି, ସଂଖ୍ୟା-୧୨ ।
କର୍କଟ- କର୍ମରେ ବାଧା, ପରିବାରରେ ଅସହଯୋଗ, ଦୂରସ୍ଥାନକୁ ଯାତ୍ରା, ଅଳ୍ପ ଲାଭ, ଧନ ଖର୍ଚ୍ଚ, ଶାରୀରିକ କଷ୍ଟ, ବାହାର ଲୋକଙ୍କ ପାଖରୁ ଖୁସି, ଗୃହଶତ୍ରୁ ଦେଖାଦେବେ, ପଡ଼ୋଶୀଙ୍କ ସହ ତିକ୍ତତା, ବାଣିଜ୍ୟରେ ସାମାନ୍ୟ ଲାଭ, ଅଶ୍ଳେଷା ନକ୍ଷେତ୍ର ସତର୍କ ରହିବେ । ଆରାଧନା-ଗଣେଷ, ରଙ୍ଗ-ସିଲଭର, ସଂଖ୍ୟା-୫ ।
ସିଂହ- ବନ୍ଧୁମିଳନ, ମନରେ ପ୍ରସନ୍ନତା, ସୁସ୍ଥ ଶରୀର, ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହେବେ, ଆମୋଦ ପ୍ରମୋଦ, ବାଣିଜ୍ୟରେ ଆୟ ବୃଦ୍ଧି, କର୍ମକ୍ଷେତ୍ରରେ ଶୁଭ ଖବର, ଶତ୍ରୁମାନଙ୍କର ମିତ୍ର ଭଳି ଆଚରଣ, ମୋକଦ୍ଦମାରେ ଶୁଭଫଳ, ପୂର୍ବାଫାଲ୍ଗୁନି ନକ୍ଷତ୍ର ସତର୍କ ରହିବେ । ଆରାଧନା- ସୂର୍ଯ୍ୟନାରାୟଣ, ସଂଖ୍ୟା-୬, ରଙ୍ଗ-ଧଳା ।
କନ୍ୟା- ଅପବ୍ୟୟ, ଅପମାନରୁ ମୁକ୍ତି, ଅଯଥା ଖର୍ଚ୍ଚ, ପରିବାରର ଖର୍ଚ୍ଚଭାର କମ, ସଞ୍ଚୟ ପ୍ରତି ଆଗ୍ରହ, ସଠିକ୍ ନିଷ୍ପତ୍ତି, ସତ୍ସଂଗ ଲାଭ, ବ୍ୟବସାୟରେ ଆୟ ମଧ୍ୟମ, ଦୂରସ୍ଥାନ ଯାତ୍ରା, କର୍ମରେ ସଫଳତା, ବନ୍ଧୁଙ୍କ ସାହାଯ୍ୟ । ହସ୍ତା ନକ୍ଷତ୍ର ସତର୍କ ରହିବେ । ଆରାଧନା-ଦୁର୍ଗା, ରଙ୍ଗ- ବାଇଙ୍ଗଣୀ, ସଂଖ୍ୟା-୧ ।
ତୁଳା- ସୁସମ୍ବାଦ, ଭାଗ୍ୟ ଓ କର୍ମରେ ଉନ୍ନତି, ଅଭିଳାଷ ପୂର୍ଣ୍ଣ, ଧନବୃଦ୍ଧି, ନୂତନ ବ୍ୟବସାୟରେ ଲାଭ, ବିଦେଶ ଯାତ୍ରା, ଶରୀର ସୁସ୍ଥରହିବ ମାତ୍ର କିଛି ବିରୋଧ ଅଛି, ବିଶାଖା ନକ୍ଷତ୍ର ସତର୍କ । ଆରାଧନା-ଶିବ, ରଙ୍ଗ-ନୀଳ, ସଂଖ୍ୟା-୨ ।
ବିଛା- ସୁଖପ୍ରାପ୍ତି, କର୍ମରେ ଉନ୍ନତି, ଏକାଗ୍ରତା ରହିବ, ସଫଳତା ମିଳିବ, ଆତ୍ମସନ୍ତୋଷ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଆରାଧନା-ବିଷ୍ଣୁ, ରଙ୍ଗ-ବାଇଙ୍ଗଣୀ, ସଂଖ୍ୟା-୫ ।
ଧନୁ- ମନସ୍ତାପ, ଅଧିକ ପରିଶ୍ରମ, ବ୍ୟବସାୟରେ ଲାଭ ମଧ୍ୟମ, ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ, ଶତ୍ରୁ ବୃଦ୍ଧି, ପରିବାରରେ ସହଯୋଗ, ଆଶା ପୂର୍ଣ୍ଣ ହେବାରେ ବିଳମ୍ବ, ମନସ୍ଥିର, କଥାବାର୍ତ୍ତାରେ ବିବାଦିତ ହେବେ, ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି । ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା-ଶ୍ରୀସତ୍ୟନାରାୟଣ, ରଙ୍ଗ-ଧଳା, ସଂଖ୍ୟା-୭ ।
ମକର- ବନ୍ଧୁଙ୍କ ଭୟ, ମନରେ ଅସ୍ଥିରତା, ପରିବାରରେ ଅସହଯୋଗ, ବିବାଦ, ଶାରୀରିକ ପୀଡ଼ା, ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ, ଅଯଥା ଖର୍ଚ୍ଚ, ବ୍ୟବସାୟ ମଧ୍ୟମ, ଭୋଜନ ସ୍ୱାଦିଷ୍ଟ, କର୍ମକ୍ଷେତ୍ରେ ଖୁସି, ବ୍ୟୟ ଅଧିକ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା-ଗଣେଶ, ରଙ୍ଗ-କଳା, ସଂଖ୍ୟା-୫ ।
କୁମ୍ଭ- ମାନସିକ ଶାନ୍ତି, ଦାମ୍ପତ୍ୟ ଜୀବନ ମଧୁରତା, ଧନସମ୍ପତ୍ତି ବୃଦ୍ଧି, ଆତ୍ମୀୟ ସ୍ୱଜନଙ୍କ ସହଯୋଗ, ଦୂରଯାତ୍ରା, ନ୍ୟାୟିକ ବ୍ୟବସ୍ତାରେ ଖୁସି, ନୂତନ ବ୍ୟବସାୟ ଆରମ୍ଭ, ଶତ୍ରୁ ଲାଗିରହିବେ, ଆଶାପୂର୍ଣ୍ଣରେ ବିଳମ୍ବ, ଗୃହରେ ବିବାହ ଯୋଗ, କର୍ମରେ ସଫଳତା, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଆରାଧନା-ଶଙ୍କର, ରଙ୍ଗ ବାଇଙ୍ଗଣୀ, ସଂଖ୍ୟା-୭ ।
ମୀନ- ଘାତବାର ଭୋଗ ଯୋଗୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ମୁକ୍ତି ମିଳିବ, ଗାଡ଼ିଚାଳନାରେ ସାବଧାନ, ସମ୍ମାନ ମିଳିବା କଷ୍ଟଦାୟକ, କର୍ମକ୍ଷେତ୍ରରେ ପରିଶ୍ରମ, ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ । ଆରାଧନା-ଶ୍ରୀଜଗନ୍ନାଥ, ରଙ୍ଗ-ଗୋଲାପୀ, ସଂଖ୍ୟା-୯ ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



