ଫେରିବ ହକି ଫିଭର୍‍, କମ୍ପିବ ଓଡ଼ିଶା

ସମୟ ଲାଇଭ୍‍,୨୮/୧୧: କ୍ରୀଡ଼ା ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ଗୌରବ। କଳିଙ୍ଗକୁ ପୁଣି ଫେରିବ ହକି ଫିଭର। ଓଡ଼ିଶାକୁ ଲଗାତାର ୨ୟଥର ମିଳିଛି ଆୟୋଜନ ଅଧିକାର। ବେଳଜିୟମ୍‍ ଓ ମ୍ୟାଲେସିଆକୁ ପଛରେ ପକାଇ ଓଡ଼ିଶାକୁ ମିଳିଛି ଏହି ଆୟୋଜନ ଅଧିକାର। ତେବେ କେବଳ କଳିଙ୍ଗ ଷ୍ଟାଡ଼ିୟମରେ ନୁହେଁ ଭାରତୀୟ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଳାର ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍‍ ଅନୁଷ୍ଠିତ ହେବ। ଫଳରେ ଭାରତରେ ଚତୁର୍ଥଥର ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥର ହକି ଚାମ୍ପିୟନଶିପ୍‍ ଆୟାଜିତ ହେବ।

ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍‍ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଫ୍‍ଆଇଏଚ୍‍ ଏବଂ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ମ୍ୟାଚ୍‍ ଆୟୋଜନ କରିବାକୁ ନିଷ୍ଫତ୍ତି ନେଇଛନ୍ତି। ହକି ବିଶ୍ୱକପ୍‍ର ୧୫ତମ ସଂସ୍କରଣ ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ।
ନିକଟ ଅତୀତରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି ହକି, ୨୦୧୭ରେ ଏସିଆନ୍‍ ଆଥଲେଟିକ ଚାମ୍ପିୟନଶିପ୍‍, ୨୦୧୭ରେ ଏଫ୍‍ଆଇଏଚ୍‍ ହକି ୱାର୍ଲ୍ଡ ଲିଗ୍‍, ୨୦୧୮ରେ ହକି ବିଶ୍ୱକପ୍‍ , ୨୦୧୯ ଏଫ୍‍ଆଇଏଚ୍‍ ପୁରୁଷ ସିରିଜ ଫାଇନାଲସ୍‍ ଏବଂ ଚଳିତମାସରେ ଏଫ୍‍ଆଇଏଚ୍‍ ଅଲିମ୍ପିକ୍‍ କ୍ୱାଲିଫାୟାର୍ସ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରିଛି। ଏହାବ୍ୟତୀତ ୨୦୨୦ରେ ପ୍ରୋ ଲିଗ୍‍ ହକି ଏବଂ ଫିଫା ମହିଳା ଅଣ୍ଡର-୧୭ ବିଶ୍ୱକପ୍‍ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.