ଦସ୍ତଖତର ଇତିହାସ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୬: ଦସ୍ତଖତର ଅର୍ଥ ହେଉଛି ଜଣଙ୍କର ପରିଚୟ । ତେବେ ଏହି ଦସ୍ତଖତ ପଛରେ ରହିଛି ଅନେକ କାହାଣୀ । ଦସ୍ତଖତରୁ ଜଣେ ବ୍ୟକ୍ତିଙ୍କର ସୃଜନାଶୀଳତା ସହ ବ୍ୟକ୍ତିତ୍ୱ ବିଷୟରେ ସାମୟିକ ପରିଚୟ ମିଳେ ବୋଲି ବିଶ୍ୱାସ ରହିଛି । ଜଣଙ୍କର ଦସ୍ତଖତ ଦେଖି ତାଙ୍କର ଲେଖନୀ କେତେ ସୁନ୍ଦର ସେ ବିଷୟରେ ମଧ୍ୟ ଜଣାପଡିଥାଏ । କିଭଳି ଏହାର ଆରମ୍ଭ ତାକୁ ନେଇ ରହିଛି କିଛି ତଥ୍ୟ । ଦସ୍ତଖତର ପ୍ରଚଳନ ଖ୍ରୀଷ୍ଟପୂର୍ବ ୩୦୦୦ରୁ ଆରମ୍ଭ ହୋଇଥିଲା । ସୁମେରିୟାଇ ଓ ମିଶ୍ର ସଭ୍ୟତାରୁ ମିଳିଥିବା ଅନେକ ଶିଳାଲେଖାରୁ ଏହାର ପ୍ରମାଣ ମିଳିଛି । ଏହି ତଥ୍ୟ ହିସାବରେ ସେତେବେଳର ଲୋକ ମଧ୍ୟ ହସ୍ତାକ୍ଷର କରୁଥିଲେ । ତେବେ ଏହା ଆଜିକାଲିର ଦସ୍ତଖତ ସହ ମେଳ ଖାଉନି । କିନ୍ତୁ ନିଜ ପରିଚୟ ଜଣାଇବା ପାଇଁ ଛବି ଦସ୍ତଖତ କରାଯାଉଥିଲା । ଏଠାରୁ ଅନେକ ମାଟିର ପ୍ଲେଟ୍‌ ମିଳିଛି ଯେଉଁଥିରେ ଛବିରେ ଦସ୍ତଖତ ଅଙ୍କାଯାଇଛି । ଏହି ଛବିଗୁଡିକ ଅକ୍ଷରର ଏକ ସ୍ୱରୂପ । ତେବେ ଏହି ଛବିରୁ ତତ୍‌କାଳୀନ ସଭ୍ୟତା ସମ୍ବନ୍ଧରେ ଅନେକ ତଥ୍ୟ ମିଳିପାରିଥିଲା । ସେହିଭଳି ଏହି ସଭ୍ୟତା ଗ୍ରୀକ ସହିତ ରୋମନ ସଭ୍ୟତା ସମୟରେ ମଧ୍ୟ ଦେଖିବାକୁ ମିଳିଥାଏ । ଇତିହାସ ଅନୁସାରେ ୪୩୯ ଏଡିରେ ରୋମାନ ବେଲେଟିନିୟନ୍‌ – ୩ଙ୍କ ରାଜୁତିରେ ଦସ୍ତଖତ କରାଯାଉଥିଲା । ଏହି ସମୟରେ ଦୁନିଆର ପରିଚିତ ଲୋକଙ୍କ ଦସ୍ତଖତ ଇତିହାସରେ ଲିପିବଦ୍ଧ ହେବା ଆରମ୍ଭ ହୋଇଥିଲା । ତେବେ ୧୬୭୭ରେ ଇଂଲଣ୍ଡ୍‌ର ସଂସଦରେ ଷ୍ଟେଟ୍‌ ଅଫ୍‌ ଫ୍ରଡ୍‌ ଆକଫ ପାସ କରାଯାଇଥିଲା, ଯେଉଁଥିରେ ଦସ୍ତଖତ ପ୍ରଥାକୁ ବାଧ୍ୟତା କରାଯାଇଥିଲା । ଏହାକୁ ଦୁର୍ନିତୀ ରୋକିବାକୁ ଅବଲମ୍ଭନ କରାଯାଇଥିଲା । ଏହାପରେ ଧୀରେଧୀରେ ଦସ୍ତଖତ ସବୁ ଯାଗାରେ ବ୍ୟବହାର ହେବା ଆରମ୍ଭ ହୋଇଥିଲା । ସେହିଭଳି ଆଜିକାଲି ଏହା ଇ ସାଇନ୍‌ରେ ପରିଣତ ହୋଇସାରିଲାଣି । ହାତରେ କରାଯାଉଥିବା ଦସତଖତକୁ ସହଜରେ ନକଲ କରିହେଉଥିବାରୁ ବର୍ତ୍ତମାନ ଇ-ସାଇନ୍‌ର ବ୍ୟବହାର ବଢିବାରେ ଲାଗିଛି । ୨୦୦୦ ମସିହାରେ ପ୍ରଥମଥର ପାଇଁ ଆମେରିକାରେ ଇ ସାଇନ୍‌ ଆକଫକୁ ପାରିତ କରାଯାଇଥିଲା ।

Leave A Reply

Your email address will not be published.