ପଢ଼ନ୍ତୁ ହିର୍‍-ରାଞ୍ଝାଙ୍କର ଅମର ପ୍ରେମ କାହାଣୀ

0

ସମୟ ଲାଇଭ,୮/୧: ପ୍ରେମ ଏପରି ଏକ ଶବ୍ଦ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ। ସମସ୍ତଙ୍କ ପାଇଁ ପ୍ରେମର ପରିଭାଷା ମଧ୍ୟ ଭିନ୍ନ। କହିପାରିବା ପ୍ରେମ ଏକ ଆବେଗ, ପ୍ରେମ ଏକ ଅନୁଭବ ମାତ୍ର ପ୍ରେମ କାହା ଜୀବନରେ କେଉଁ ପରିବର୍ତ୍ତନ ଆଣିବ ତାହା ବା କିଏ କହିପାରିବ। ତେବେ ଏହି ପ୍ରେମ ଅନେକଙ୍କୁ ଆଜି ବି କରି ରଖିଛି ଅମର। ଏମିତି କିଛି ପ୍ରେମ କାହାଣୀ ରହିଛି ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ। ଏମିତି ଏକ କାହାଣୀ ହେଉଛଇ ହୀର-ରାଞ୍ଝାଙ୍କର।

ପାକିସ୍ତାନର ଚେନାବ ନଦୀ କୂଳରେ ତକ୍ତ ହଜାରା ନାମରେ ଏକ ଗାଁ ଥିଲା। ଏଠାରେ ରାଂଝା ଜନଜାତିର ଲୋକମାନେ ବାସକରୁଥିଲେ। ମଜୁ ଚୌଧୁରୀ ଗାଁର ଜମିଦାର ଥିଲେ। ତାଙ୍କର ଚାରି ପୁତ୍ର ଥିଲେ।ରାଂଝା ତାଙ୍କ ସମସ୍ତଙ୍କ ଠାରୁ ସାନ ଥିଲେ। ରାଂଝାର ଅସଲି ନାମ ଢିଡୁ ଥିଲା। କିନ୍ତୁ ତାର ଡାକ ନାମ ରାଂଝା ଥିଲା। ତାର ଅନ୍ୟଭାଇ ଚାଷ କରୁଥିଲେ ଏବଂ ରାଂଝା ବଂଶୀ ବଜାଉଥିଲେ। ଜମି ବାଡିକୁ ନେଇ ଝଗଡା ହେବାରୁ ରାଂଝା ଘର ଛାଡି ଚାଲିଗଲେ।ଘର ଛାଡିବା ଦିନ ରାତିରେ ରାଂଝା ଏକ ମସଜିଦ୍‍ ରେ ଆଶ୍ରୟ ନେଲେ ଏବଂ ଶୋଇବା ପୂର୍ବରୁ ସମୟ କଟିବା ପାଇଁ ବଂଶୀ ବଜାଇବା ଆରମ୍ଭ କରିଥିଲେ।

ମସଜିଦ୍‍ର ମୌଲବୀ ବଂଶୀର ସ୍ୱର ଶୁଣି ବନ୍ଦ କରିବାକୁ କହିଥିଲେ। କିନ୍ତୁ ରାଂଝା ଏହାର କାରଣ ଜାଣିବାକୁ ଚାହିଁଥିଲେ। ମଲବି ଉତ୍ତର ଦେଇ କହିଲେ ବଂଶୀ ବଜାଇବା ମସଜିଦ୍‍ରେ ନିଷିଦ୍ଧ ଅଟେ। କିନ୍ତୁ ରାଂଝା ଏହାର ପ୍ରତିଉତ୍ତର ଦେଇ କହିଲେ ମସଜିଦରେ ବଂଶୀ ବଜାଇବା ପାପ ନୁହେଁ। ଏହାପରେ ମୌଲବୀ କିଛି ନ କହି ରାଂଝାଙ୍କୁ ସେଠାରେ ରାତ୍ରି ଯାପନ କରିବାକୁ ଅନୁମତି ଦେଲେ। ପରଦିନ ସକାଳୁ ମସଜିଦରୁ ଚାଲି ଯାଇ ଅନ୍ୟ ଏକ ଗାଁରେ ପହଞ୍ଚିଥିଲେ। ସେଠାରେ ସିଆର ଜନଜାତିର ଜାଠ ପରିବାରରେ ଏକ ସୁନ୍ଦର କନ୍ୟା ହିରକା ଜନ୍ମ ହୋଇଥିଲେ। ହିରର୍‍ ବାପା ରାଂଝାକୁ ମଇଁଷି ଚରାଇବା କାମରେ ନିୟୋଜିତ କରିଥିଲେ।

ହିର୍‍ ରାଂଝାର ବଇଁଶୀ ସ୍ୱରରେ ମୁଗ୍ଧ ହୋଇଯାଉଥିଲେ। ଧିରେ ଧିରେ ହିର୍‍ ଓ ରାଂଝା ଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଲା। ସେମାନେ ସବୁବେଳେ ଲୁଚି ଲୁଚି ପରସ୍ପରକୁ ଦେଖା କରୁଥିଲେ। ଦିନେ ହିର୍ର କାକା ତାଙ୍କ ଦୁହିଁଙ୍କୁ ଏକା ସାଙ୍ଗରେ ଦେଖିଦେଲେ ଏବଂ ସମସ୍ତ କଥା ହିର୍‍ର ମାଆ ଓ ବାପାଙ୍କୁ କହିଦେଲେ।ଏହା ପରେ ହିର୍‍ଙ୍କର ଘର ଲୋକେ ରାଂଝାକୁ କାମରୁ ବାହାର କରିଦେଲେ ଏବଂ ପରସ୍ପରକୁ ଦେଖା କରିବାକୁ ମନାକରିଦେଲେ। ହିରର ବାପା ସେଦା ନାମକ ବ୍ୟକ୍ତି ସହ ବିବାହ ଠିକ୍‍ କରିଦେଲେ ଏବଂ ହିର୍‍ ମଧ୍ୟ ପରିବାରର ଖୁସି ପାଇଁ ତାଙ୍କୁ ବିବାହ କରିଦେଲେ।ରାଂଝା ଏହି କଥା ଣୁଣି ପୁରା ଭାଙ୍ଗି ପଡିଥିଲେ।

ଦିନେ ବୁଲୁ ବୁଲୁ ତାଙ୍କର ଜଣେ ବାବଜୀଙ୍କ ସହ ଦେଖା ହେଲା ଯାହାଙ୍କ ନାଁ ଗରଖନାଥ ଥିଲା। ସେ କାନପୁଟା ସମ୍ପ୍ରଦ୍ରାୟର ଥିଲେ। ତାଙ୍କ ଆଶ୍ରମକୁ ଯାଇ ରାଂଝା ମଧ୍ୟ ବାବାଜୀ ହୋଇଗଲେ ଏବଂ କାନପୁଟା ସମ୍ପ୍ରଦାୟର ପ୍ରଥା ପାଳନ କରିବାକୁ ଲାଗିଲେ। ତାଙ୍କ ପ୍ରଥା ଅନୁସାରେ ରାଂଝା କାନ କାଟି ଦେଲେ ଏବଂ ଭଗବାନଙ୍କ ନାମ ଯପ କରି ଘୁରି ବୁଲିଲେ। ପରିଶେଷରେ ସେ ହିର୍‍ ର ଗାଁରେ ପହଁଞ୍ଚି ହିର୍‍ ର କବାଟ ବାଡେଇଲେ କିନ୍ତୁ ତାହା ହିର୍‍ ର ଘର ଥିଲା ବୋଲି ତାଙ୍କୁ ଜଣା ନଥିଲା।ହିର୍‍ ର ନଣଦ ଆସି କବାଟ ଖୋଲିଥିଲେ। ସେ ତାଙ୍କର।ପ୍ରେମ କାହାଣୀ ସମ୍ବନ୍ଧରେ ପୂର୍ବରୁ ସବୁ ଜାଣିଥିଲେ। ସେ ତାର ଭାଇର ବିବାହରେ ସହମତି ନଥିଲେ।

ସେ ତା ଭାଇର ଭୁଲ୍‍ ସୁଧାରିବା ପାଇଁ ସେ ଦୁହିଁଙ୍କୁ ପଳାଇବାରେ ସାହାଯ୍ୟ କଲେ। ଏହି ସୁଯୋଗକୁ ହାତ ଛଡା ନକରି ହିର୍‍ ଓ ରାଂଝା ଘରଛାଡି ପଳାଇଲେ।କିନ୍ତୁ ରାଜା ନିଜ ଅଧିନକୁ ନେଇଗଲେ। ରାଜା ତାଙ୍କର ପୁରା କାହାଣୀ ଶୁଣିଲେ ଓ ଏହାର ସମାଧାନ ପାଇଁ ସେମାନଙ୍କୁ କାଜି ପାଖକୁ ନେଇଗଲେ। ହିରର ତାଙ୍କ ପ୍ରେମର ପରୀକ୍ଷା ଦେବା ପାଇଁ ନିଆଁ ଉପରେ ହାତ ରଖି କହିଲେ | ସେ ରାଂଝାକୁ ବହୁତ ଭଲ ପାଏ।

ରାଜା ତାଙ୍କ ପେମକୁ ଦେଖି ବୁଝିଗଲେ ଏବଂ ତାଙ୍କୁ ଛାଡି ଦେଲେ। ସେମାନେ ସେଠାରୁ ହିରର ଗାଁକୁ ଗଲେ ଯେଉଁଠାରେ ହିରର ମାଆ ବାପା ବାସକରୁଥିଲେ ଏବଂ ତାଙ୍କର ବାପା ମାଆ ରାଜି ହୋଇଗଲେ।ବିବାହ ଦିନ ହିରର କାକା ଖାଇବାରେ ବିଶ ମିଶାଇ ଦେଲେ ଯାହା ଫଳରେ ଲହି ବିବାହ ଅଟକି ଯିବ। ଏହି ଖବର ପାଇ ରାଂଝା ସଙ୍ଗେ ସଙ୍ଗେ ହିରର ପାଖକୁ ଗଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ହିର ସେହି ଖାଇବାକୁ ଖାଇଦେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହା ଦେଖି ରାଞ୍ଝା ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ ଏବଂ ସେହି ବିଷ ମିଶ୍ରିତ ଖାଦ୍ୟ ଖାଇଦେଇଥିଲେ। ଦୁହେଁ ମରି ବି ନିଜ ପ୍ରେମକୁ ଅମର କରିଯାଇଥିଲେ।

Leave A Reply

Your email address will not be published.