ବିବାହ କରୁଛନ୍ତି କି? ଆପଣାନ୍ତୁ ଏହି ହେଲ୍‍ଥ ଟିପ୍ସ

ସମୟ ଲାଇଭ୍‍,୧୪/୧୨: ବିବାହରେ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ସମସ୍ତେ ଚାହାନ୍ତି। ତେବେ କେବଳ ଯେ ମେକଅପ୍‍ ଆପଣଙ୍କୁ ଆକର୍ଷଣୀୟ ଲୁକ୍‍ ଦେବ ତାହା ନୁହେଁ। ଆପଣ ଆପଣାନ୍ତୁ ଏହି କେତୋଟି ହେଲଥ୍‍ ଟିପ୍ସ …
ମିଠା ଖାଆନ୍ତୁ ନାହିଁ :
ଅଧିକ ଚିନି ପରିବର୍ତ୍ତେ ଅର୍ଗାନିକ ଗୁଡ଼ କିମ୍ବା ମହୁ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ଓ ସୁନ୍ଦର କରିଥାଏ।
ତାଜା ଖାଦ୍ୟ ଖାଆନ୍ତୁ :
ଆପଣ ବୋହୁ ବେଶରେ ସଜେଇ ହେବାକୁ ଯାଉଥିଲେ ପ୍ରତ୍ୟକଦିନ ତାଜା ଖାଦ୍ୟ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣ ବିବାହ ଦିନ ଫୂର୍ତ୍ତି ଅନୁଭବ କରିଥା’ନ୍ତି।
ଖାଦ୍ୟରେ ଭିଟାମିନ୍‍-ସି ସାମିଲ କରନ୍ତୁ :
ବିବାହ ପୂର୍ବରୁ ଆପଣ ଖାଉଥିବା ଖାଦ୍ୟରେ ଭିଟାମିନ୍‍ ସି ସାମିଲ କରନ୍ତୁ।
ଏହାଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଆପଣଙ୍କ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦିଶିଥାଏ।
କମ୍‍ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ :

ଭୋଜନରେ ସର୍ବଦା କମ୍‍ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରିତ ରହିବା ସହ ତ୍ୱଚା ମଧ୍ୟ ଚମକିଥାଏ।

Comments are closed.