ହରିଆନାରେ ୭୫ ସିଟ ପାଇବା ସହ ସରକାର କରିବୁ: ମନହରଲାଲ ଖଟ୍ଟର

ସମୟ ଲାଇଭ,୨୧/୧୦: ହରିଆନା ବିଧାନସଭା ନିର୍ବାଚନ ୯୦ଟି ଆସନରେ ୧,୧୬୯ଜଣ ପ୍ରାର୍ଥୀ ଦେଉଛନ୍ତି ଭାଗ୍ୟ ପରୀକ୍ଷା । ଯେଉଁ ମାନଙ୍କ ଭିତରେ ଅଛନ୍ତି ଅନେକ ହେବିୱେଟ ପ୍ରାର୍ଥୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ଼ା,ବିଜେପିର ମନହରଲାଲ ଖଟରଙ୍କ ଭଳି ଅନେକ ବଡ ବଡ ହସ୍ତି ଲଢୁଛନ୍ତି ଏହି ନିର୍ବାଚନରେ । ଧାରା ୩୭୦ ଉଠେଇବା ପରେ ଏହି ନିର୍ବାଚନ ମୋଦିଙ୍କ ସନ୍ମାନର ପ୍ରଶ୍ନ ଠିଆ କରିଛି । ଅନ୍ୟପଟେ ବିଜେପି ୭୫ ସିଟ ପାଇବା ସହ ବହୁମତରେ ସରକାର କରିବ ବୋଲି ଯୁକ୍ତି ବାଢିଛନ୍ତି ମନହରଲାଲ । ନିର୍ବାଚନକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ତାକୁ ବି କଡାକଡି କରାଯାଇଛି । ପାଖାପାଖି ୭୫୦୦୦ ସୁରକ୍ଷାକର୍ମୀଙ୍କ ବଳୟରେ ଚାଲିଛି ମତଦାନ ।

Comments are closed.