Happy birthday ଶାହିଦ୍‌

ଆଜି ହେଉଛି ବଲିଉଡ୍ ଷ୍ଟାର ଶାହିଦ୍‌ କପୁରଙ୍କ ଜନ୍ମଦିନ। ବଲିଉଡ୍‌ରେ ସେ ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ଏଣ୍ଟ୍ରି କରିଥିଲେ।  ନିଜ ଚକ୍ଲେଟି ଚେହେରା ଓ କ୍ୟୁଟ୍‌ ଲୁକ୍‌ରେ ସେ ବହୁତ ଶୀଘ୍ର ଲୋକପ୍ରିୟତା ପାଇଗଲେ। ବିଶେଷ କରି ଫିମେଲ ଫ୍ୟାନ୍‌ ଫଲୋଇଂ ତାଙ୍କର ବହୁତ ଅଧିକା ହୋଇଗଲା। ଦର୍ଶକ ତାଙ୍କୁ କେବଳ ରୋମାଣ୍ଟିକ ହିରୋ ଭାବେ ହିଁ ଦେଖିବାକୁ ପସନ୍ଦ କଲେ। ହେଲେ ଧୀରେ ଧୀରେ ସେ ନିଜର ଏହି ଇମେଜକୁ ପରିବର୍ତ୍ତନ କରି ପରଦାରେ ଆଜି ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଶାହିଦ୍ ହେଉଛନ୍ତି ଜଣାଶୁଣା ବଲିଉଡ୍ ଅଭିନେତା ପଙ୍କଜ କପୁରଙ୍କ ପୁଅ। ଆଜି ସେ ନିଜର ୩୯ତମ ଜନ୍ମଦିନ ପାଳୁଛନ୍ତି। ତେବେ ଜଣେ ଅଭିନେତାଙ୍କ ପୁଅ ହୋଇ ମଧ୍ୟ ତାଙ୍କୁ ଫିଲ୍ମ ଲାଇନ୍‌ରେ ଏଣ୍ଟ୍ରି କରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।ଫିଲ୍ମ ‘ବିହାହ’ରେ ଜଣେ ସାଇଲେଣ୍ଟ ଲଭର୍‌ ବୟ ଭୂମିକାରେ ଅଭିନୟ କରିଥିଲେ ଶାହିଦ୍‌। ଏହି ଫିଲ୍ମଟି ଏକ ଆରେଞ୍ଜ ମ୍ୟାରେଜ୍‌ ଉପରେ ତିଆରି ହୋଇଥିଲା। ଫିଲ୍ମଟି ଏକ ବଡ଼ ହିଟ୍‌ ପ୍ରମାଣିତ ହୋଇଥିଲା। ଏଥିରେ ଶାହିଦ୍‌ଙ୍କ ସହ ଅମୃତା ରାଓ ଅଭିନୟ କରିଥିଲେ। ଦୁହିଁଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ଏତେ ଭଲ ଥିଲା ଯେ ଏମାନଙ୍କୁ ଶାହାରୁଖ-କାଜୋଲ୍‌ଙ୍କ ପରେ ସବୁଠୁ ହିଟ୍‌ ଜୋଡ଼ିର ଆଖ୍ୟା ଦିଆଯାଇଥିଲା। ଅନ୍ୟପଟେ ଇମ୍‌ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ‘ଜବ୍‌ ୱି ମେଟ୍‌’ରେ କରୀନା କପୁରଙ୍କ ସହ ମଧ୍ୟ ତାଙ୍କ ଜୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମଟି ବକ୍ସ ଫିସ୍‌ରେ ଭଲ କଲେକ୍ଶନ୍‌ କରିଥିଲା। ଆଗକୁ ସେ ଫିଲ୍ମ ‘ଜର୍ସି’ରେ ଜଣେ କ୍ରିକେଟର୍‌ ଭୂମିକାରେ ନଜର ଆସିଊବେ। ବର୍ତ୍ତମାନ ସେ ଏହି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଜି ସେ ଏହି ଶୁଟିଂ ସେଟ୍‌ରେ ହିଁ ନିଜ ଜନ୍ମଦିନ ପାଳିବେ। ଏହି ଫିଲ୍ମଟି ଅଗଷ୍ଟ ୨୮ରେ ରିଲିଜ୍‌ ହେବ।   Happy birthday shahid kapoor

Comments are closed.