ପୁଅଙ୍କ ଏହି ଅଜବଗୁଣ କରିଥାଏ ସାଥୀଙ୍କୁ ଆକର୍ଷିତ

0

ସମୟ ଲାଇଭ୍‍,୧/୧୧: ଦେଖିବାକୁ ସୁନ୍ଦର ହୋଇଥିବା ପୁଅ ଝିଅ ଅନେକ ସମୟରେ ଅନେକ ଝିଅଙ୍କୁ ଆକର୍ଷିତ କରିଥାଏ। ସେହିପରି ପୁଅଙ୍କ ସ୍ୱଭାବ ତଥା ଆଉ କେତକ ଅଜବ ଗୁଣ ଝିଅଙ୍କୁ ସେମାନଙ୍କ ଆଡକୁ ଟାଣିଥାଏ।
ଧୀର କଣ୍ଠରେ କଥାବାର୍ତ୍ତା:
ଯେଉଁ ପୁଅମାନେ ଧୀର କଣ୍ଠରେ କଥାବାର୍ତ୍ତା କରିଥା’ନ୍ତି ସେହି ପୁଅଙ୍କୁ ଝିଅମାନେ ଅଧିକ ପସନ୍ଦ କରିଥା’ନ୍ତି।
ଶରୀରରେ କୌଣସି କ୍ଷତ ଚିହ୍ନ:
ଯଦି ପୁଅଙ୍କ ଶରୀରରେ କୌଣସିି କ୍ଷତ ଚିହ୍ନ ଥାଏ ତେବେ ସେହି ପୁଅ ଝିଅ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥା’ନ୍ତି। କାରଣ କେଉଁ କାରଣରୁ କ୍ଷତ ହୋଇଛି ତାହା ଜାଣିବା ପାଇଁ ଝିଅମାନେ ଉତ୍ସୁକ ଥା’ନ୍ତି।
ଟି-ସାର୍ଟ ପିନ୍ଧିବା ଶୈଳୀ:
ବାହୁ ଉପରକୁ ଟି-ସାର୍ଟ ପିନ୍ଧୁଥିବା ପୁଅଙ୍କୁ ଝିଅମାନେ ଅଧିକ ପସନ୍ଦ କରନ୍ତି।
ପରଫ୍ୟୁମର ସୁଗନ୍ଧ:
ସ୍ୱତନ୍ତ୍ର ପରଫ୍ୟୁମର ବାସ୍ନା ଦ୍ୱାରା ଝିଅମାନେ ପୁଅଙ୍କ ନିକଟତର ହୋଇଥା’ନ୍ତି।
ଆଖିରେ ଚଷମା ଲଗାଇବା:
ମୁହଁକୁ ମାନିବା ପରି ଚଷମା ଯଦି ପୁଅମାନେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଝିଅମାନେ ତାଙ୍କୁ ପସନ୍ଦ କରିବାକୁ ଲାଗନ୍ତି।

ଖୁସି ମିଜାଜ୍‍ର ପୁଅ:

ଯଦି ପୁଅମାନେ ହସଖୁସିର ମାହୋଲରେ ରହିବାକୁ ପସନ୍ଦ କରୁଥା’ନ୍ତି ତେବେ ଝିଅମାନେ ତାଙ୍କୁ ପସନ୍ଦ କରିବା ସହ ବନ୍ଧୁତା କରିବାକୁ ଚାହାନ୍ତି।
ଝିଅଙ୍କ ସହ ମିଳାମିଶା ପାଇଁ ବାହାନା ଖୋଜୁ ନଥିବା ପୁଅ:
କେତକ ପୁଅଙ୍କ ସ୍ୱଭାବ ଏପରି ହୋଇଥାଏ ଝିଅମାନଙ୍କ ସହ କଥା ହେବା ପାଇଁ ଏମାନେ ବାହାନା ଖୋଜି ବୁଲନ୍ତି। ତେବେ ଏପରି ପୁଅ ଝିଅମାନଙ୍କର ବିଲ୍‍କୁଲ୍‍ ପସନ୍ଦ ନୁହଁନ୍ତି।

Leave A Reply

Your email address will not be published.