ଖୁସିଙ୍କ ଗ୍ଲାମରସ୍‌ ଡ୍ରେସ୍‌

0

ମୁମ୍ବାଇ: ସେପ୍‌ଟେମ୍ବର ୪ : ଶ୍ରୀଦେବୀ ଓ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ଏବେ ଭାଇରାଲ ହେଉଛନ୍ତି । ଅଭିନୟକୁ ଆସିବା ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି ଖୁସି । ତାଙ୍କ ଷ୍ଟାର ଡମ୍‌ ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ଅନେକ ସମୟରେ ସୋସିଆଲ ମିଡିଆରେ ଖୁସିଙ୍କର ଫଟୋ ଭାଇରାଲ ହୋଇଥାଏ । ତାଙ୍କର ଗ୍ଲାମରସ୍‌ ଫଟୋସୁଟ ଦର୍ଶକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଥାଏ । ତେବେ ନିକଟରେ ଖୁସିଙ୍କର ଲକ୍ଷାଧୀକ ଟଙ୍କାର ଆଉଟ୍‌ଫିଟ୍‌ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇଛି । ଖୁସି ତାଙ୍କର ଇନ୍‌ଷ୍ଟା ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆକର୍ଷଣ ହୋଇଛି ତାଙ୍କର ଡ୍ରେସ୍‌ । ସେ ଡିଜାଇନର୍‌ ଅର୍ପିତା ମେହତାଙ୍କ ଡିଜାଇନ କରାଯାଇଥିବା ପୋଷାକ ପିନ୍ଧିଛନ୍ତି । ଏହି ଡ୍ରେସ୍‌ରେ ଖୁସି ବେଶ୍‌ ଫ୍ୟାଶନେବୁଲ ଲାଗୁଛନ୍ତି । ବୋଲï ମେକଅପ୍‌ ସହ ଜୁଏଲାରୀ ଓ ଓପନ୍‌ହେୟାର ତାଙ୍କୁ ଏକ ହଟକେ ଲୁକ୍‌ ଦେଇଛି । ଏହାସହ ଡ୍ରେସ୍‌ର ମୂଲ୍ୟ ମଧ୍ୟ ଭାଇରାଲ ହେଉଛି, ଡ୍ରେସଟିର ମୂଲ୍ୟ ରହିଛି ଏକ ଲକ୍ଷ । ତେବେ ଖୁସିଙ୍କର ଏହି ଲୁକ ତାଙ୍କ ଫ୍ୟାନ୍‌ଙ୍କୁ ବେଶ୍‌ ପସନ୍ଦ ଆସିଛି ।

Leave A Reply

Your email address will not be published.