ଝିଅମାନେ ପ୍ରଥମେ କରନ୍ତି ନାହିଁ ପ୍ରପୋଜ !

ସମୟ ଲାଇଭ୍‍,୨୩/୧୧: ପ୍ରେମ ସମ୍ପର୍କରେ ଆଗକୁ ବଢ଼ିବାକୁ ହେଲେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ନିଜର ମନର କଥା ପ୍ରଥମେ ପ୍ରକାଶ କରିବାକୁ ପଡ଼ିଥାଏ। ତେବେ ଅଧିକାଂଶ ସମୟ ପୁଅମାନେ ହିଁ ପ୍ରଥମେ ମନର କଥା ପ୍ରକାଶ କରିଥା’ନ୍ତି। ଝିଅମାନେ କୌଣସି ପୁଅପ୍ରତି ତାଙ୍କ ମନରେ କ’ଣ ଭାବନା ରହିଛି ପ୍ରକାଶ କରିବାକୁ ସଙ୍କୋଚ ମନେ କରନ୍ତି। ତେବେ ଜାଣନ୍ତୁ ଏପରି କାହିଁକି ହୋଇଥାଏ।

୧) ଝିଅମାନଙ୍କ ମନରେ ସବୁବେଳେ ପ୍ରତ୍ୟାଖାନର ଡ଼ର ରହିଥାଏ। ଏଣୁ ଏମାନେ ମନର କଥା ମନରେ ରହିବାକୁ ଦିଅନ୍ତି। ପୁଅମାନେ କିନ୍ତୁ ଝିଅଙ୍କ ପ୍ରତ୍ୟାଖାନ ସତ୍ତେ୍ୱ ନିଜକୁ ସମ୍ଭାଳି ନେବାର ସାମର୍ଥ୍ୟ ରଖନ୍ତି। ଏଣୁ ପୁଅମାନେ ପ୍ରଥମେ ଝିଅଙ୍କୁ ପ୍ରପୋଜ୍‍ କରିଥା’ନ୍ତି।

୨)ଝିଅମାନେ ଭାବିଥା’ନ୍ତି ସେମାନେ ଯଦି ପ୍ରଥମେ ପୁଅଙ୍କୁ ନିଜର ମନ କଥା ଜଣାଇବେ ତେବେ ସେ କ’ଣ ଭାବିବେ। ଏହି ଭାବନା ଝିଅମାନଙ୍କୁ ଦ୍ୱନ୍ଦରେ ପକାଇଥାଏ। ଏଣୁ ଏମାନେ ପ୍ରେମ ନିବେଦନ କରିବାକୁ ପଛଘୁଞ୍ଚା ଦିଅନ୍ତି।

୩) ଝିଅମାନେ ପୁଅଙ୍କ ଅନେକ୍ଷା ସ୍ୱଭାବରେ ସନ୍ଦେହୀ ହୋଇଥା’ନ୍ତି। ଏଣୁ ଝିଅଙ୍କ ମନରେ ଡ଼ରଥାଏ କି ହୁଏତ ସେ ଯାହାକୁ ପସନ୍ଦ କରୁଛନ୍ତି ସେ ପୂର୍ବରୁ ଅନ୍ୟ ପ୍ରେମରେ ଥାଇପାରନ୍ତି। ଏଣୁ ଯେତେ ଚେଷ୍ଟା କଲେ ମଧ୍ୟ କିଛି ନକହି ନିରବ ରୁହନ୍ତି।

୪) କେତକ ଝିଅ ନିଜ ପସନ୍ଦର ପୁଅ ପାଇଁ ନିଜେ ଯୋଗ୍ୟ କି ନୁହଁନ୍ତି ଭାବି ଚିନ୍ତିତ ହୋଇପଡ଼ନ୍ତି। ଏଣୁ ମନର କଥା ମନରେ ରଖି ସମ୍ମୁଖରୁ ପ୍ରେମ ନିବେଦନ ଆସିବା ପାଇଁ ଅପେକ୍ଷା କରି ରୁହନ୍ତି।

୫) ଝିଅମାନେ କାହା ପ୍ରେମରେ ପଡ଼ିବା ପରେ ମଧ୍ୟ ସେ ବାସ୍ତବରେ ଭଲ ଲୋକ କି ନାହିଁ ଏହି ଭାବନା ତାଙ୍କୁ ବିବ୍ରତ କରିଥାଏ। ଏଣୁ ପ୍ରେମ ନିବେଦନ କରିବାକୁ ସଙ୍କୋଚ ମନେ କରନ୍ତି।

Comments are closed.