ଗ୍ୟାସ ଟାଙ୍କି ଫାଟି ଦୁଇ ଗୁରୁତର

ସମୟ ଲାଇଭ,12/4 ( ମଧୁ ସିନ୍ଦୁର): ଭବାନୀ ପାଟଣାରେ ଗ୍ୟାସ ଟାଙ୍କି ଫାଟି ଦୁଇ ଗୁରୁତର ହୋଇଥିବା ଜଣାଯାଇଛି । ଆଜି ସକାଳେ ରାମସାଗର ପଡ଼ାରପୋଲିସ ASI ଟଂକଧର ଜାଲ ଙ୍କ ନିଜ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କି ନିଆଲାଗି ଯାଇଥିଲା । ନିଆଁ ଜଳିବା ପରେ ଟାଙ୍କି ଫାଟିଯାଇ ଥିଲା । ଘଟଣା ସ୍ଥଳରେ ମାଆ ଉତ୍ପଳା ଜାଲ ପୁଅ ଆଶିଷ ଜାଲ ଆଘାତ ପାଇ ଗୁରୁତର ହୋଇଥିବା ବେଳେ ପୋଲିସ ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଛନ୍ତି । ସଙ୍ଗେ ସଙ୍ଗେ ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଭବାନୀ ପାଟଣା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଭବାନୀପାଟଣା SDPO ଙ୍କ ଅଫିସ ରେ କର୍ମରତ ASI ଟଙ୍କଧର ଜାଲ ବର୍ତ୍ତମାନ କରୋନା ଲକ ଡାଉନରେ ଡିଉଟି କରୁଥିଲେ ।

Comments are closed.