ଗଣ ଦୁଷ୍କର୍ମ ପରେ ହତ୍ୟା 

ସମୟ ଲାଇଭ୍‍,୧୪/୧୨: ନବରଙ୍ଗପୁର ଜିଲ୍ଲାର ରାମପାଲି ପଞ୍ଚାୟତ ସ୍ଥିତ ଘୁମଣ୍ଡଳୀ ଗ୍ରାମ ରେ ଆଜି ଏକ ୧୮ ବର୍ଷୀୟା ଝିଅ କୁ ଗଣ ବଳାତ୍କାର ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଦୁଷ୍କର୍ମ ର ଶିକାର ହାଇଥିବା ଝିଅର ନାମ ହେମଲତା ଫେରିକ ଓ ବାପା ଙ୍କ ନମୋ ବିଜୟ ଫେରିକ ବୋଲି ଜଣାପଡ଼ିଛି। ଘୁମଣ୍ଡଳୀ ଗ୍ରାମ ରୁ ପ୍ରାୟ ୧ କିଲୋମିଟର ଦୂର ରେ ଥିବା ଏକ ଧାନ ବିଲ ରେ ଝିଅଟିକୁ ଦୁଷ୍କର୍ମ କରାଯାଇଛି ପରେ ଝିଅଟିକୁ ପ୍ରାୟ ୫୦ମିଟର ଦୁରକୁ ଘସାରି ନିଆଯାଇ ଫିଙ୍ଗି ଦିଆଯାଇଛି। ଗାଁ ଲୋକଙ୍କ କହିବା ଅନୁସାରେ ଗତ କାଲି ରାତିରେ ବଳାତ୍କାର କରାଯାଇ ଝିଅଟିକୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଗାଁ ର କିଛି ଲୋକ ଏହା ଦେଖିବା ପରେ କୋଷଗୁମଡା ପୋଲିସ କୁ ଖବର ଦେଇଥିଲେ କୋଷଗୁମଡା ପୋଲିସ ଘଟଣା ସ୍ଥଳରେ ଆଇଆଇସି ନୋଟବାର ନନ୍ଦଙ୍କ ଅଧୀନରେ ତର୍ଜମା କରାଯାଉଅଛି ।
ସୂଚନା ଅନୁସାରେ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ସନ୍ଧାନ କରାଯାଉଅଛି, ଯେପର୍ୟନ୍ତ ଦୁଷ୍କର୍ମ କରି ମାନଙ୍କୁ ଧାରା ନଯାଇଛି ଏବଂ ପୀଡିତକୁ ଉଚିତ ନ୍ୟାୟ ନ ମିଳିଛି ସେପର୍ୟ୍ୟନ୍ତ ଶବଟିକୁ ଉଠାଯିବ ନାହିଁ । ବୋଲି ଗାଁ ଲୋକେ କହିଛନ୍ତି ଏବଂ ଯଦି ଉଚିତ ନ୍ୟାୟ ନମିଳେ ତେବେ ରାଜ ରାସ୍ତାରେ ଯାଇ ସମଗ୍ର ଜିଲ୍ଲା ଓ ରାଜ୍ୟ କୁ ବନ୍ଦ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

Comments are closed.