ବିଦ୍ଯୁତ ବିଭାଗ ସ୍ଥାନୀୟ ନିଯୁକ୍ତି ଦାବିରେ ଗଣଧାରଣା।

ସମୟ ଲାଇଭ,9/12:ନୂଆପଡା ଜିଲ୍ଲା ସିନାପାଲି ବିଦ୍ୟୁତ୍ ବିଭାଗ ଅଧିନସ୍ଥ ଚଲନା ଓ ଟିମନପୁର ସବ ଷ୍ଟେସନ ରେ ସ୍ଥାନିୟ ଯୁବକ ମାନଙ୍କୁ ହେଲପର ଓ ଟେକନିସିଆନ ନିଯୁକ୍ତି ନ ଦେବାରୁ ସିନାପାଲି ବିଦ୍ୟୁତ୍ ବିଭାଗ ସମ୍ମୁଖ ରେ ଅନିଦ୍ଦିଷ୍ଟ କାଲ ଗଣ ଧାରଣା ଦିଆଯାଇଛି। ସିନାପାଲି ବିଦ୍ୟୁତ୍ ବିଭାଗ ଅଧିନସ୍ଥ ନୂତନ ଭାବେ କାର୍ଯ୍ୟକ୍ଷମ ହେଉଥିବା ଚଲନା ଓ ଟିମନପୁର ସବ ଷ୍ଟେସନ ରେ କର୍ମଚାରୀ ନିଯୁକ୍ତି କରାଯାଉଅଛି। ବର୍ଷ ବର୍ଷ ଧରି କାମ କରୁଥିବା ଓ ଯୋଗ୍ୟତା ଥିବା ଆବେଦନ କାରି ମାନଙ୍କୁ ଅପେକ୍ଷା କରାଯାଉଛି ଓ ନିଯୁକ୍ତି ରେ ଅନିୟମିତତା ପରିଲକ୍ଷିତ କରାଯାଉଛି। ସିନାପାଲି ଅଞ୍ଚଳ ର ଯୁବକ ମାନଙ୍କ ଯୋଗ୍ୟତା ଥିଲେ ମଧ୍ଯ ନିଯୁକ୍ତି ଦେଉନାହାନ୍ତି। ନୂଆପଡା ଜିଲ୍ଲା ପାଲ ମଧୁସ୍ମିତା ସାହୁ ଙ୍କୁ ଲିଖିତ ଆକାରରେ ଜଣାଇ ଥିବାବେଳେ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଅନିଦ୍ଦିଷ୍ଟ କାଲ ଗଣ ଧାରଣା ରେ ବସିଛନ୍ତି। ଆଗାମୀ ଦିନରେ ଏହାର ସମାଧାନ ନହୁଏ ତେବେ ଆହୁରି ତୀବ୍ର ଆନ୍ଦୋଳନ କରିବା ସହ ରାଜ ରାସ୍ତା ବନ୍ଦ କରିବାକୁ ଜିଲ୍ଲା ପରିଷଦ ପ୍ରିୟ ରଂଜନ ମେହେର ସହ ଯୁବକ ମାନେ ଚେତାବନୀ ଦେଇଛନ୍ତି।

Comments are closed.