ପବନରୁ ଚାର୍ଜ

0

ଜାପାନ: ସେପ୍‌ଟେମ୍ବର ୮: ମୋବାଇଲ୍‌, ଲାପଟପ୍‌, ବ୍ଲìଟୁଥ୍‌, ସ୍ପିକର ଭଳି ଅନ୍ୟ ଗ୍ୟାଜେଟ୍‌ ଚାର୍ଜ କରିବା ପାଇଁ ସାଧାରଣତଃ ବିଜୁଳିର ଆବଶ୍ୟକ ପଡିଥାଏ । ହେଲେ ପବନରୁ ମଧ୍ୟ ଏ ସମସ୍ତ ଗ୍ୟାଜେଟ୍‌ସକୁ ମଧ୍ୟ ଚାର୍ଜ କରିହେବ, କଥାଟି ଅବିଶ୍ୱାସ ଲାଗିଲେ ମଧ୍ୟ । ଆଜିକାଲିର ବୈଜ୍ଞାନିକଙ୍କ ପାଇଁ ସବୁ ସମ୍ଭବ । ଏକ ରିପୋର୍ଟ ଅନୁସାରେ ଜାପାନର ବୈଜ୍ଞାନିକମାନେ ଏଭଳି ନୂତନ ଟେକନିକ୍‌ର ଉଦ୍ଭାବନ କରିଛନ୍ତି ଯାହା ବିଜୁଳିର ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ । ବୈଜ୍ଞାନିକମାନେ ଏକ ‘େୱୟାର ଲେସ୍‌ ଚାର୍ଜିଂ’ ରୁମ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ପବନରୁ ବିଭିନ୍ନ ଗ୍ୟାଜେଟ୍‌ ଚାର୍ଜ ହେଉଛି । ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ୧୦ ବାଏ ୧୦ ଫୁଟ୍‌ର ଚାର୍ଜିଂ ରୁମ୍‌ ପ୍ରସ୍ତୁତ କରିଛନ୍ତି, ଯାହା ୫୦ ଭୋଲଫ ପର୍ଯ୍ୟନ୍ତ ପାୱାର ଦେଇଥାଏ । ବୈଜ୍ଞାନିକଙ୍କ ମତରେ ଏହାର ଟେଷ୍ଟିଙ୍ଗ ସରିଛି, ଏହି ରୁମ୍‌ରେ ପାୱାର ଲ୍ୟାମ୍ପ, ମୋବାଇଲ୍‌ ଆଦିକୁ ରଖି ଚାର୍ଜ କରାଯାଇଛି । ବୈଜ୍ଞାନିକଙ୍କ ମତରେ ମଣିଷଙ୍କୁ ଏଥିରୁ କୌଣସି କ୍ଷତି ନାହିଁ । ଏହା ଏକ ନୂଆ ଟେକ୍‌ନିକ୍‌ ଯେଉଁଥିରେ ବିନା ଇଲେକଫିକ୍‌ ଫିଲïରେ ମ୍ୟାଗ୍‌ନେଟିକ୍‌ ଫିଲïକୁ ଜେନେରେଟ କରିହେବ । ଏହାସହ ଏହି ଟେକ୍‌ନିକ୍‌ରେ ଆଉ ଏକ ସ୍ୱତନ୍ତ୍ରତା ହେଉଛି ଏହାକୁ ବ୍ୟବହାର କରି ବିନା ଚାର୍ଜିଙ୍ଗ ପ୍ୟାଡ୍‌ରେ ଗ୍ୟାଜେଟ୍‌କୁ ଚାର୍ଜ କରିହେବ । ତେବେ ଏହା ବର୍ତ୍ତମାନ ପ୍ରୋଗେସିଂ ଷ୍ଟେଜ୍‌ରେ ରହିଛି । ଆଗକୁ ଏହାକୁ ଆହୁରି ଉନ୍ନତ୍ତ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ୍ତ ଧରଣର କରାଯିବ । ଏହା ପୂରାପୁରି ପ୍ରସ୍ତୁତ ହେବା ପାଇଁ ଅନେକ ବର୍ଷ ଲାଗିବ । ତେବେ ଏହି େୱୟାରଲେସ୍‌ ଚାର୍ଜିଙ୍ଗକୁ ନେଇ ଅନେକ ବିବାଦ ମଧ୍ୟ ରହିଛି । କେତେକ ବୈଜ୍ଞାନିକ ଏହାକୁ ହାନିକାରକ ବୋଲି ଦର୍ଶାଇଛନ୍ତି ।

Leave A Reply

Your email address will not be published.