ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ଲଗାନ୍ତୁ ଫ୍ରୁଟ ପ୍ୟାକ

ଶୀତଦିନେ ଶୁଷ୍କ ତ୍ଵଚା ଆପଣଙ୍କ ସୌନ୍ଦର୍ଯ୍ୟ କମ କରିଥାଏ | ତେଣୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏକ ସରଳ ଉପାୟ ଆପଣେଇ ପାରିବେ | ଏହି ଉପାୟ ଆପଣଙ୍କୁ ତ୍ୱଚାର ଶୁଷ୍କତା ଦୂର କରିବା ସହ ଆପଣଙ୍କ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ |ଏଥିପାଇଁ ଆପଣଙ୍କୁ ଏକ ଫେସପ୍ୟାକ ପ୍ରସ୍ତୁତ କରିବାକୁ ପଡିବ |
ଫେସପ୍ୟାକ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସାମଗ୍ରୀ :
କଦଳୀ, ଅମୃତଭଣ୍ଡା, ତରଭୁଜ ଓ ଗାଜର, ଗୋଲାପ ଜଳ, ଗ୍ଲିସେରିନ ଓ ଅଧା ଚାମଚ ମଲାଈ
ଫେସପ୍ୟାକ ପ୍ରସ୍ତୁତି ପ୍ରଣାଳୀ :
ପାଚିଲା କଦଳୀ, ପାଚିଲା ଅମୃତଭଣ୍ଡା, ଅଳ୍ପ ତରଭୁଜ ରସ ଓ ଗାଜର ବାଟିଦିଅନ୍ତୁ | ଏବେ ଏଥିରେ ଅଳ୍ପ ଗୋଲାପ ଜଳ, ଗ୍ଲିସେରିନ ଓ ମଲାଈ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ |
ବ୍ୟବହାର ପ୍ରଣାଳୀ:
ଆପଣ ପ୍ରସ୍ତୁତ କରିଥିବା ମିଶ୍ରଣକୁ ମୁଁହ ଲଗାଇ କିଛି ସମୟ ଛାଡ଼ିଦିଅନ୍ତୁ |ମୁଁହ ଶୁଖି ଯିବ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ |

Comments are closed.