ବିମାନ ଯାତ୍ରା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0

ସମୟ ଲାଇଭ୍‍,୩୧/୧୦ : ଅନେକ ସମୟରେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ମନରେ ଭୟ ସଞ୍ଚାର ହୋଇଥାଏ। ଯଦି ଏହି ଯାତ୍ରା କରିବାର ମାଧ୍ୟମ ଆପଣଙ୍କ ପାଇଁ ନୂଆ ହୋଇଥାଏ ତେବେ ଭୟ ଦ୍ୱଗୁଣିତ ହୋଇଥାଏ। ଏହି କ୍ଷେତ୍ରରେ ଦେଖାଯାଇଛି ବିମାନରେ ଯାତ୍ରା କରିବା ସମୟରେ ସବୁଠାରୁ ଅଧିକ ଲୋକ ଭୟଭୀତ ହୋଇଥାନ୍ତି। ଯାତ୍ରା ସମୟରେ ହେଉଥିବା ଯାଞ୍ଚ ପାଇଁ ଭ୍ରମରେ ପଡ଼ିଯାଇଥାନ୍ତି। ତେବେ ଏହି ପରିସ୍ଥିତିରେ କିଛି ଦିଗ ଉପରେ ଧ୍ୟାନ ଦେଲେ ଏଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ।
୧- ସର୍ବପ୍ରଥମେ ଆପଣ ଇଣ୍ଟରନେଟରେ ନିଜ ବିମାନ ଯାତ୍ରାର ଅନୁସୂଚୀକୁ ଭଲ ଭାବରେ ଯାଞ୍ଚକରିନିଅନ୍ତୁ। ଯାହାଦ୍ୱାରା ଯଦି ଆପଣଙ୍କ ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇଥାଏ ତେବେ ଆପଣ ସଚେତନ ହୋଇ ପାରିବେ।
୨-ବିମାନ ଯାତ୍ରା ସମୟରେ ବିମାନ ଟିକେଟ୍‍ର ପ୍ରିଣ୍ଟ ପାଖରେ ରଖନ୍ତୁ। ଅରଜିନାଲ ପରିଚୟ ପାସ୍‍ପୋର୍ଟ ତଥା ପାନ କାର୍ଡ଼, ଭୋଟ ପରିଚୟ ପତ୍ର ସାଥୀରେ ନେଇ ଯାଆନ୍ତୁ।
୩- ଆପଣ ଯେଉଁ ଏୟାର ଲାଇନରେ ଯାତ୍ରା କରୁଛନ୍ତି ତାହାର ସମସ୍ତ ନିୟମକୁ ଅନୁକରଣ କରନ୍ତୁ।
୪- ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଆପଣ ଯେଉଁ ଏୟାର ଲାଇନର ଟିକେଟ କରିଛନ୍ତି ତା’ର କାଉଣ୍ଟରକୁ ଯାଆନ୍ତୁ ସେଠାରେ ଟିକେଟ ଏବଂ ପରିଚୟ ପତ୍ର ଯାଞ୍ଚ ହେବାପରେ ଆପଣଙ୍କୁ ବୋର୍ଡ଼ିଙ୍ଗ ପାସ୍‍ ପ୍ରଦାନ କରାଯିବ।
୫- ବିମାନରେ ଯାତ୍ରା ସମୟରେ ଅନୁମତି ନଥିବା ଜିନିଷକୁ ସାଥୀରେ ନିଅନ୍ତୁ ନାହଁ।
୬- ଯାତ୍ରା ସମୟରେ କୌଣସି ସମସ୍ୟା ଅନୁଭବ ହେଲେ ତୁରନ୍ତ ଗ୍ରାଉଣ୍ଡ ଷ୍ଟାଫ୍‍ଙ୍କ ଠାରୁ ସାହାଯ୍ୟ ନିଅନ୍ତୁ। ଆପଣଙ୍କ ଯାତ୍ରାକୁ ଏକ ସଫଳ ଯାତ୍ରରେ ପରିଣତ କରନ୍ତୁ।

Leave A Reply

Your email address will not be published.