ହୁହୁ ହୋଇ ଜଳିଗଲା ୩ଟି ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଛାରଖାର

ସମୟ ଲାଇଭ୍‍,୧୨/୧୧: ବାରିପଦା ସହରର ଟ୍ରାଫିକ ଛକ ନିକଟରେ ଥିବା ତିନୋଟି ଟେଲୟରିଂ ଦୋକାନରେ ଗତକାଲି ବିଲମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିଯିବରୁ ଦୋକାନଗୁଡିକ ଜଳିପୋଡି ଛାରଖାର ହୋଇଯାଇଛି । ମନସୁର ଖାନ, ମେହେମଦ ଖାନ ଓ ସେକ ରାମଜାନଙ୍କ ଟେଲୟରିଂ ଦୋକାନ ଦୀର୍ଘ ୫୦ବର୍ଷରୁ ଏହି ଅଞ୍ଚଳରେ ରହିଅଛି । ପ୍ରତିଦିନପରି ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟି ଦୋକାନ ଗୁଡ଼ିକ ହୁହୁ ହୋଇ ଜଳିଯାଇଛି । ଅଗ୍ନିଶମ ବିଭାଗ ଦୋକାନରୁ ନିଆଁ ଲିଭାଇବା ବେଳକୁ ଦୋକାନ ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା । ପ୍ରାୟ ୫ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବାରୁ ଏହି ଦୋକାନିମାନେ ସର୍ଵହରା ହୋଇପଡିଛନ୍ତି । ଦୋକାନୀଗୁଡିକ ଗରିବ ଶ୍ରେଣୀର ହୋଇଥିବା ତଥା ଏହି ଦୋକାନରୁ ସେମାନଙ୍କ ପରିବାର  ଭରଣପୋଷଣ ହୋଇଥାଏ । ତେଣୁ ସେମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.