ମହାନ୍ତି ଫୁଏଲ୍ସ ପରିସରରେ ଅଗ୍ନିକାଣ୍ଡ!

ସମୟ ଲାଇଭ,24/4(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା  ମ.ରାମପୁର ଚାରି ଛକ ନିକଟରେ ଥିବା ମହାନ୍ତି ଫୁଏଲ୍ସ ପରିସରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨.୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଫୂଏଲ୍ସ ପରିସରରେ ଥିବା ଏକ ପିକଅପ୍ ଭ୍ୟାନରେ ପ୍ଲାଷ୍ଟିକ ଜାରରେ ଭର୍ତ୍ତି  ହେଇ ପେଟ୍ରୋଲ,ଡ଼ିଜେଲ ବୋଝେଇ ହେଇଥିଲା । ସେହି ପିକଅପ୍ ଭ୍ୟାନରେ ନିଆଁ ଲାଗିଯିବା ଫଳରେ ନିକଟରେ ଥିବା ବ୍ରାହ୍ମଣପଡ଼ା ଓ ଚାରିଛକ ପଡ଼ାର ଜନସାଧାରଣ ଏକତ୍ରିତ ହେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ପ୍ରହରାଜ ପୋଲିସ,ଦମକଳ ବାହିନୀ,ତହସିଲଦାର ଓ ବିଡ଼ିଓଙ୍କୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ,ମ.ରାମପୁର ତହସିଳଦାର ସୟଦ ଇସାକ ମଦିନା,ବିଡ଼ିଓ ରୁମାନ ଜାଫ୍ରି,ଆଇଆଇସି ଗୋବିନ୍ଦ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ । ପ୍ରାୟ ଏକ ଘଂଟାର ଉଦ୍ୟମ ପରେ ନିଆଁ ଆୟତ୍ତ ହେବା ସହିତ ଏକ ବଡ଼ଧରଣର ଦୁର୍ଘଟଣାରୁ ଉକ୍ତ ଅଂଚଳବାସୀ ରକ୍ଷା ପାଇଥିଲେ | 

Comments are closed.