ଜଳିଗଲା 10 ବଖରା ଘର

ସମୟ ଲାଇଭ, 29/3(ଖଗେଶ୍ୱର ଦାଶ ) :ରବିବାର ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ରଜଡଂଗ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି l ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ 2 ଟା ସମୟରେ ରଜଡ଼ଙ୍ଗ ଗ୍ରାମର ତ୍ରିଲୋଚନ ଦାଶଙ୍କ ଘରେ ହଠାତ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁୁଁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ତିନୋଟି ପରିବାର ର 7 ଭାଇ ,ଅରୁଣ ଦାସ, ପ୍ରଦୀପ ଦାସ, ପ୍ରଶାନ୍ତ ଦାସ, ତ୍ରିଲୋଚନ ଦାସ, ଅଶୋକ ଦାସ, ଅଦିତ ଦାସ, ଅଭୟ ଦାସ, ଅନ୍ତର୍ଯ୍ୟାମୀ ଦାସ ଏବଂ ଧରଣୀ ଦାସ ଙ୍କ ର 10 ବଖରା ଘର ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ପରିବାର ଲୋକ ଙ୍କ ପକ୍ଷ ରୁ ଜଣାପଡିଛି, ପରେ ଏହା ଅନ୍ୟ ଭାଇ ମାନଙ୍କ ଘର ର ଅନ୍ୟ ବଖରା କୁ ବ୍ୟାପିଥିଲା, ଫଳରେ ପ୍ରାୟ 10 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ପରିବାର ପକ୍ଷ ରୁ ଜଣାପଡିଛି l ନିଆଁ ଲାଗିବା ମାତ୍ରେ ପରିବାର ଲୋକେ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ ମାତ୍ର ଖବର ପାଇ ପIଲଲହଡା ଏବଂ କଣିହାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ , ଦମକଳ ବିଳମ୍ବରେ ପହଞ୍ଚିବାରୁ ଗ୍ରାମରେ କିଛିସମୟ ପାଇଁ ଉତେଜନା ଦେଖାଦଇଥିଲା, ତେବେ ଖବର ପାଇ ପଲଲହଡI ବିଧାୟକ ମୁକେଶ କୁମାର ପାଲ, ବ୍ଲକ ଅଧକ୍ଷ ନବକିଶୋର ନାୟକ, ତହସିଲଦାର ପହଞ୍ଚି କ୍ଷୟକ୍ଷତି ର ଆକଳନ କରିବା ସହ ପୀଡିତ ପରିବାର କୁ ସମସ୍ତ ପ୍ରକାର ସରକାରୀ ସହାୟତା ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ପାଲ ଉପଖଣ୍ଡ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ l

Comments are closed.