ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସ ଘର

ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସ ଘର
Samaya Live Picture
Published On

ବିଭିନ୍ନ ସମୟରେ ପ୍ରନିତତ୍ତ୍ୱବିତ୍‌ଙ୍କୁ ପୂରାତନ ସାମଗ୍ରୀ ମିଳିଥାଏ । ଇଟାଲିର ପୋମ୍ପେଲିରେ ଗବେଷକଙ୍କୁ ସେହିଭଳି ଏକ ପୂରାତନ କ୍ରୀତଦାସ ଘର ମିଳିଛି । ଯାହା ୨୦୦୦ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଏହି ଘରେ ଗେବଷକଙ୍କୁ ଅନେକ ପୁରୁଣା ଜିନିଷ ମିଳିଛି । ଏହି ସାମଗ୍ରୀ ଭିତରେ ତିନୋଟି ଖଟ, କିଛି ପୁରୁଣା ପାତ୍ର ମିଳିଛି । ଏଠାରେ ଏକ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ସାମଗ୍ରୀ ମିଳିଛି । ପୂର୍ବରୁ ଏଠାରେ ଏକ ପୁରୁଣା ରୋମାନ ଘୋଡାଗାଡି ମିଳିଥିଲା । ତେଣୁ ଏହି କ୍ରୀତଦାସ ମାନେ ଘୋଡା ଗାଡିର ରକ୍ଷଣା ବେକ୍ଷଣ କିମ୍ବା ନିର୍ମାଣରେ ନିୟୋଜିତ ଥିବା ନେଇ ଅନୁମାନ କରାଯାଉଛି । ଏହ ବଖରାରେ ମିଳିଥିବା ଖଟରେ ଏକ ଛୋଟପିଲାଙ୍କ ଖଟ ମଧ୍ୟ ମିଳିିଛି । ଦୁଇଟି ଖଟର ଲମ୍ବା ୧.୭ ମିଟର ଥିବା ବେଳେ ଗୋଟିଏ ୧.୪ ରହିଛି । ଏହାସହ ବଖରାର ଏକ କଣରେ କିଛି ପାତ୍ର ମଧ୍ୟ ରହିଛି । ସେହିଭଳି ମିଳିଥିବା କାଛ ବାକ୍ସରେ କିଛିଟା ଧାତୁ ଓ ଫେବ୍ରିକର ସାମଗ୍ରୀ ରହିଛି ଯାହା ଘୋଡାଗାଡିରେ ଲାଗିଥିବା ସାମଗ୍ରୀ ବୋଲି ଅନୁମାନ କରାଯାଉଛି । ମିଳିଥିବା ଏହି ପୁରୁଣା ସାମଗ୍ରୀ ଆଗକୁ ଏଠିକାର ସଭ୍ୟତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବ ବୋଲି ଭୂତତ୍ତ୍ୱବିତ୍‌ ମାନେ ଆଶା ପ୍ରକାଶ କରିଛନ୍ତି । ପ୍ରାଥମିକ ସୂଚନାରୁ ଏଠାରେ ଏକ କ୍ରୀତଦାସ ପରିବାର ରହୁଥିବାବେଳେ ସେମାନଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୩ । ଘରଟିରେ ଗୋଟିଏ ଛୋଟ ଝରକା ଥିବା ବେଳେ କାନ୍ଥରେ କୌଣସି ସାଜସଜ୍ଜାର ଚିହ୍ନ ନାହିଁ । ତେବେ ଗୋଟିଏ ଲ=ନର ଚିହ୍ନ ରହିଥିବା ଅନୁମାନ କରାଯାଉଛି, ଯାହା କାନ୍ଥରେ ଟଙ୍ଗା ଯାଉଥିଲା ।

Tags: