ଫେସବୁକ୍‍ ସାଙ୍ଗ

କବିତା କର

0

ବିଶ୍ୱ ବିଧାତା,
ଦେଇଥା’ନ୍ତ ମୋତେ ଡ଼େଣା ଦୁଇଟା।
ନିମିଷକେ ମୁଁ ଉଡ଼ିଯାଇଥା’ନ୍ତି,
ଆକାଶୁ କଇଁଆ ତୋଳି ଆଣନ୍ତି।

ଚିଲିକା କୂଳରେ ଯାଇ ବସନ୍ତି,
ମାଛଯାକ ସବୁ ଧରି ନିଅନ୍ତି।
ଉଡ଼ିଯାଆନ୍ତି ମୁଁ ବହୁତ ଦୂର,
ଯାଇ ପହଞ୍ଚନ୍ତି ଫେସବୁକର।

ସେଠାରେ ଅଛନ୍ତି ମୋ ସାଙ୍ଗମାନେ,
ରହିଛି ମୁଁ ସଦା ତାଙ୍କରି ମନେ।
ମୋତେ ଦେଖି ସେ ହୁଅନ୍ତି ଖୁସି,
କେତେ ମଜାଗପ କରନ୍ତି ବସି।

ବେଶୀ ସାଙ୍ଗ ମୋର ଦ୍ୱେତନଗରୀ,
କେହି ହେବେ ନାହିଁ ତାଙ୍କରି ସରି।
ସାଙ୍ଗମାନଙ୍କୁ ମୁଁ ପାଖେ ବସାନ୍ତି,
ହାତେ ରାନ୍ଧି ମାଛ ଖୋଇଦିଅନ୍ତି।

ଫେରିବାରେ ଯେବେ ଦୁଃଖ କରନ୍ତି,
ମିଠା କଥା କହି ବୁଝାଇଥା’ନ୍ତି।
ମୋତେ ଯିଏ ବେଶୀ ମନେ ଝୁରି,
ସିଏ ମୋର ଦେଖା ଶୀଘ୍ର ପାଇବ।

ଏକଥା ଯଦି ସତ ହୁଅନ୍ତା,
ଯେତେ ଖୁସି ସବୁ ମୋତେ ମିଳନ୍ତା।

Leave A Reply

Your email address will not be published.