ଖରାରୁ ମୁହଁକୁ ରକ୍ଷା କରିବାର ସହଜ ଉପାୟ

ସମୟ ଲାଇଭ,୨୦/୨: ପ୍ରଚଣ୍ଡ ଖରାରୁ ନିଜ ମୁହଁକୁ ରକ୍ଷା କରିବା ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟରେ ଚେଷ୍ଟା କରନ୍ତି। ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ତେବେ ଖରାରେ ମୁହଁର ଯତ୍ନ ନେବାର କିଛି ସହଜ ଉପାୟ।
ଖରାରୁ ମୁହଁକୁ ରକ୍ଷା କରିବାରେ ସନ୍ସ କ୍ରିମର ଗରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

ଖରାରେ କାର୍ଯ କରିବା ଆମ ପାଇଁ କଷ୍ଟାସାଧ୍ୟ ହେଉଥିବା କାରଣରୁ ଏହି ସନ୍ସ କ୍ରିମ ଆମ ତ୍ୱଚାକୁ ଖରାର ଉତ୍ତାପରୁ ରକ୍ଷା କରିବା ସହ ଚର୍ମକୁ କୋମଳ ମଧ୍ୟ ରଖିଥାଏ। ସନ୍ସ କ୍ରିମ ସମସ୍ତ ପ୍ରକାରର ତ୍ୱଚାକୁ ସୁହାଇଥାଏ। ଖରାରେ ବାହାରକୁ ବାହାରିବାର ୩୦ମିନିଟ୍‍ ପୂର୍ବରୁ ମୁହଁ,ବେକ ଏବଂ କାନରେ ସନ୍ସକ୍ରିମ୍‍ ଲଗାଇବା ଦରକାର। ଏହି କ୍ରିମ୍‍ ଲଗାଇବା ଦ୍ୱାରା ଖରାର ପ୍ରଭାବରୁ ଆମେ ଏହି ସବୁ ସ୍ଥାନକୁ ସୁରକ୍ଷା ଦେଇପାରିବା। ପ୍ରଚଣ୍ଡ ଖରା ଓ ଗରମରେ ସନ୍ସ କ୍ରିମ ଲଗାଇବା ଫଳରେ ଏହା ଆମ ତ୍ୱଚାକୁ ରାତି ପର୍ଯନ୍ତ ରକ୍ଷା କରିଥାଏ।
ଏହାକୁ ଲଗାଇ ଖରାକୁ ବାହାରିବା ପରେ ଆମ ମୁହଁରେ ଏକ ତେଲିଆ ଆସ୍ତରଣ ବସିଯିବା ଫଳରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବେଜ୍ଞାନିକଙ୍କ ମତ ଅନୁସାରେ ବହୁତ ଗୁଡିଏ ସନ୍ସ କ୍ରିମ ଶୀଘ୍ର ଖରାପ ହୋଇଯାଇଥାଏ ଏବଂ କେତେକ ୧୨ ମାସ ପର୍ଯନ୍ତ ଭଲ ରହିଥାଏ। ଯେତେବେଳେ ଏହା ତାର ସୁଗନ୍ଧ ହରାଇବା ଆରମ୍ଭ କରେ ସେତେବେଳେ ଜାଣିନେବେ ଯେ ସନ୍ସ କ୍ରିମ୍‍ଟିର ସମୟ(ଏକ୍ସପାରି ଡ଼େଟ୍‍) ଅତିବାହିତ ହୋଇଯାଇଛି।
ଯଦି ଆପଣ ଭୁଲରେ ଏକ୍ସପାରି ହୋଇଯାଇଥିବା ସନ୍ସ କ୍ରିମକୁ ବ୍ୟବହାର କରୁଛନ୍ତି ତାହାଲେ ଏହା ଖରାପ ପ୍ରଭାବ ପକାଇବା ସହ ମୁହଁରେ ଚର୍ମଜନିତ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସନ୍ସ କ୍ରିମ ସବୁ ସମୟରେ ଉପଯୋଗୀ ହୋଇଥାଏ।
ଏହି କ୍ରିମ୍‍କୁ କେବଳ ଖରା ଋତୁରେ ନୁହେଁ ବରଂ ସବୁ ଋତୁରେ ଲଗାଇଲେ ମଧ୍ୟ ଏହା ମୁହଁରେ କୈଣସି ନାକାରତ୍ମକ ପ୍ରଭାବ ପକାଇନଥାଏ।

Comments are closed.