ରାତିରେ ଅଜବ ସ୍ୱପ୍ନ ଦେଖୁଛନ୍ତି କି ?

ସମୟ ଲାଇଭ୍‍,୨/୧୧: ରାତିରେ ଶୋଇବା ସମୟରେ ଅନେକ ଥର ଦୁଃସ୍ୱପ୍ନ ଆସିଥାଏ। କେତକ ଲୋକଙ୍କ କ୍ଷେତ୍ରରେ ନିୟମିତ ଏହି ଦଃୁସ୍ୱପ୍ନ ଆସିଥାଏ। ଏା ଦ୍ୱାରା ବାରମ୍ବାର ନିଦ ଭାଙ୍ଗିବା ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ଏଣୁ ସ୍ୱପ୍ନଦୋଷରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି କେତୋଟି ଘରୋଇ ଉପଚାର।

୧- ରାତିରେ ଶୋଇବା ପୂର୍ବରୁ ଲାଉ ରସ ପାନ ଦ୍ୱାରା ସ୍ୱପ୍ନ ଦୋଷ ଦୂରହେବା ସହ ଭଲ ନିଦ ମଧ୍ୟ ହୋଇଥାଏ। ଏବଂ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ।

୨- ଅଁଳା ରସ ପିଇବା ଦ୍ୱାରା ମଧ୍ୟ ସ୍ୱପ୍ନ ଦୋଷ ଠାରୁ ମୁକ୍ତି ମିଳିଥାଏ। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ଅଧ ଗ୍ଲାସ ଅଁଳା ରସ ପାନକରି ଶୁଅନ୍ତୁ।ଏହା ପିଇବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ।

୩-ପ୍ରତିଦିନ ରାତି ଶୋଇବା ପୂର୍ବରୁ ୩-୪ ରସୁଣ କୋଲାକୁ ଛୋଟଛୋଟ କାଟି ଏକ ଗ୍ଲାସ୍‍ ପାଣିରେ ମିଶାଇ ପିଇବା ଦ୍ୱାରା ସ୍ୱପ୍ନ ଦୋଷ କଟିଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

୪-ଦିନକୁ ୨-୩ଟି ପିଆଜ ଖାଇବା ଦ୍ୱାରା ମଧ୍ୟ ସ୍ୱପ୍ନ ଦୋଷ ଦୂର ହୋଇଥାଏ।

୫-ପାଣିରେ ଭିଜା ହୋଇଥିବା ବାଦାମ କୁ ବାଟି ଏକ ଛୋଟ ଚାମୁଚ ଅଦା ରସ ଓ କ୍ଷୀରରେ ମିଶାଇ ପିଇବା ଦ୍ୱାରା ସ୍ୱପ୍ନ ଦୋଷ ଭଲ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

Comments are closed.