ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସବୁ ବାଧା ସହିବି : ଉଚ୍ଚଶିକ୍ଷା ମନ୍ତ୍ରୀ

ସମୟ ଲାଇଭ,୨୮/୨:  କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ ସାହୁ। ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଅଧ୍ୟାପକ ମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ୭ଘଣ୍ଟା ରାଜ୍ୟ ସରକାର କରିଥିବାରୁ କିଛି ଅଧ୍ୟାପକ ଏହାକୁ ବିରୋଧ କରୁଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ସେ ଏହି ବିରୋଧକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।ସେହିପରି ମଧ୍ୟାହ୍ନରେ ଜିଲ୍ଲାର ସମସ୍ତ କଲେଜର ଅଧ୍ୟକ୍ଷ ମାନଙ୍କର ଏକ ବୈଠକ ଡାକି ଜିଲ୍ଲାରେ କିପରି ଉଚ୍ଚଶିକ୍ଷା ବିଭାଗର ପାସହାର ବୃଦ୍ଧି ହେବ ସେନେଇ ଆଲୋଚନା କରିଥିଲେ।ଏହାପରେ ଅପରାହ୍ନରେ ତୁଳସୀ ମହିଳା ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ମାନଙ୍କ ଶିକ୍ଷା କ୍ଷେତ୍ରରେ ତୁଳସୀ ମହିଳା ମହାବିଦ୍ୟାଳୟ ଏକ ଦୃଢ଼ ଦୃଶ୍ୟପଟ ତିଆରି କରିଥିବା ବକ୍ତବ୍ୟରେ କହିଥିଲେ।କେନ୍ଦ୍ରାପଡ଼ା ବିଧାୟକଙ୍କ ପାଣ୍ଠିରୁ ମହିଳା ମହାବିଦ୍ୟାଳୟକୁ ଏକ ରିଡିଙ୍ଗ ରୁମ ଯୋଗାଇ ଦିଆଯିବା ସହିତ ଖୁବଶୀଘ୍ର ରାଜ୍ୟ ସରକାର ଏହି କଲେଜର ଉନ୍ନତିକରଣ ପାଇଁ ପାଣ୍ଠି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ।

Comments are closed.