୨୪ ଜଣଙ୍କୁ ରକ୍ତାକ୍ତ କଲା ପାଗଳ କୁକୁର

ସମୟ ଲାଇଭ,୨୮/୧ ( ସରୋଜ କୁମାର): ସୋମବାର ଠାରୁ ରାଉରକେଲାରେ ପାଗଳ କୁକୁର ଆକ୍ରମଣରେ ଲୋକମାନେ ଆତଙ୍କିତ ଥିବା ଦେଖିବାକୁ ମିଳିଛି | କୁକୁରଟି 24 ଜଣ ଙ୍କୁ କାମୁଡି ରକ୍ତାକ୍ତ କରିଥିବା ଜଣାପଡିଛି | କୁକୁରର ଏପରି ଆକ୍ରମଣରେ ଲୋକମାନେ ଖୁବ ଭୟଭୀତ ହୋଇପଡ଼ିଛନ୍ତି | ରାଉରକେଲାର ଏକ ଚିଡିଆଖାନା ତଥା ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଏପରି ଲୋମହର୍ଷଣକାରି କାଣ୍ଡ ଭିଆଇଛି କୁକୁରଟି | ତେବେ କୁକୁର କାମୁଡ଼ାରେ ଆହତ ହୋଇଥିବା କିଛି ବ୍ୟକ୍ତି ରାଉରକେଲା ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଆହତ ମାନେ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି |
କୁକୁର ଭୟରେ ଲୋକେ ଆତଙ୍କିତ ଥିବାବେଳେ ସରକାରୀ ଡାକ୍ତରଖାନାରେ ପ୍ରତିଷେଧକ ଇଞ୍ଜେକସନ୍ ମିଳୁନଥିବାରୁ ରାଉରକେଲା ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି | ଫଳରେ ସ୍ଥାନୀୟ ଅଂଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି |

Comments are closed.