ଦୀପାବଳିଠାରୁ ଆରମ୍ଭ ହୁଏ ନୂଆବର୍ଷ

0

ସମୟ ଲାଇଭ୍‍,୨୨/୧୦: ସାରାଦେଶରେ ପାଳନ ହେବାକୁ ଯାଉଛି ଆଲୋକର ପର୍ବ ଦୀପାବଳି। କେଉଁଠି ଏହିଦିନଠାରୁ ନୂଆବର୍ଷ ଆରମ୍ଭ ହେବ ତ କେଉଁଠି ଆରମ୍ଭ ହେବ ଚାଷବାସ। ତେବେ ଦେଶରେ କେଉଁ ଅଞ୍ଚଳରେ କେତେଦିନ ଧରି କିପରି ପାଳିତ ହୁଏ ଏହି ପର୍ବଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣର୍ ଖବର……

ଗୁଜୁରାଟ:
ଦୀପାବଳି ଦିନ ଏଠାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯିବା ସହ ରଙ୍ଗୋଲୀ ପକାଇ ଦୀପ ଲଗାଯାଏ। ଏବଂ ଏହା ପରଦିନ ଠାରୁ ନୂଆବର୍ଷ ଆରମ୍ଭ ହୁଏ।

ଓଡ଼ିଶା:
ଓଡ଼ିଶାରେ ଦୁଇଦିନ ଧରି ଦୀପାବଳି ପାଳନ କରାଯାଏ। କାର୍ତ୍ତିକମାସ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଉଥିବାବେଳେ ଏହି ଦିନ ମା’ ଲକ୍ଷ୍ମୀଙ୍କୁ ଆରାଧନା କରଯାଏ। ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ ଏବଂ କାଉଁରିଆ କାଠି ଜଳାଯାଏ। ଏହାର ପୂର୍ବଦିନ ଖୁବ୍ ନିଷ୍ଠାର ସହ ମହାକାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ବାଣ ଫୁଟାଇବା ଦୀପ ଲଗାଇବା ଏହି ପୂଜା ଉତ୍ସାହର ମୁଖ୍ୟକାରଣ ହୋଇଥାଏ।

ପଶ୍ଚିମବଙ୍ଗ:
ପଶ୍ଚିମବଙ୍ଗରେ ମଧ୍ୟ ମହାକାଳୀଙ୍କ ପୂଜା ଆୟୋଜନ କରାଯିବା ସହ ବେଶ୍ ଧୂମ୍ଧାମ୍ରେ ଦୀପାବଳି ପାଳନ କରାଯାଏ।

ପଞ୍ଜାବ:
ଏଠାରେ ମଧ୍ୟ ଅନୁରୂପ ଭାବେ ଦୀପାବଳି ପାଳନ କରାଯାଏ। ତେବେ ଏହି ଦିନରୁ ଶୀତଋତୁ ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଶୀତଦିନିଆ ଚାଷବାସ ଏହିଦିନରୁ ଆରମ୍ଭ ହୁଏ।
ତାମିଲନାଡ଼ୁ:
ଏଠାରେ ଦୀପାବଳି ଦିନଟିକୁ ‘ଥାଲାଇ’ କୁହାଯାଇଥାଏ। ଏହିଦିନ ଏକ ସ୍ୱତନ୍ତ୍ର ପ୍ରକାରର ଔଷଧ ପ୍ରସ୍ତୁତ କରି ସମୂହଭାବେ ଗ୍ରହଣ କରାଯାଇଥାଏ। ଏହା ଶରୀରରେ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ।

ମହାରାଷ୍ଟ୍ର :
ମହାରାଷ୍ଟ୍ରରେ ୫ଦିନ ଧରି ଏହି ପାଳନ କରାଯାଇଥାଏ। ପ୍ରଥମ ଦିନକୁ ‘ଭାସୁକରସ୍’ କୁହାଯାଇଥାଏ ଏବଂ ଏହି ଦିନ ଗାଈ ଓ ବାଛୁରୀଙ୍କୁ ପୂଜା କରାଯାଇଥାଏ। ଦ୍ୱିତୀୟଦିକୁ ‘ଧନ୍ତେରସ୍’ କୁହାଯାଏ ଏବଂ ଏହିଦିନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଓ ଗଣେଶଙ୍କୁ ପୂଜା କରାଯାଇଥାଏ। ତୃତୀୟ ଦିନକୁ ‘ନାରକ ଚର୍ତୁଦଶୀ’ ରୂପେ ପାଳନ କରାଯାଏ। ସେହିପରି ଚତୁର୍ଥ ଦିନକୁ ଛା ପଡ଼ଉ ଏବଂ ପଞ୍ଚମ ଦିନକୁ ‘ଭାଉଦିଜ୍’ ରୂପେ ପାଳନ କରାଯାଇଥାଏ।

ଆସାମ:
ଆସାମରେ ମଧ୍ୟ ପଞ୍ଜାବ ପରି ପାଞ୍ଚଦିନ ଧରି ଏହି ପୂଜା ପାଳନ ହୁଏ ଶେଷ ଦିନଟିକୁ ‘ଭାଇଦୁଜ୍’ ରୂପେ ପାଳନ କରାଯାଇଥାଏ।

ବାରାଣାସୀ:
ଏଠାରେ ଗଙ୍ଗାକୂଳକୁ ରଙ୍ଗୋଲୀ ଓ ଦୀପରେ ସଜାଯାଇ ଗଙ୍ଗା ଆଳତୀ କରାଯାଇଥାଏ। ଏହିଦିନ ଦେବାଦେବି ଗଙ୍ଗାସ୍ନାନ କରିବାକୁ ଆସୁଥିବା ବିଶ୍ୱାସ ରହିଥିବାୁ ଏପରି କରାଯାଇଥାଏ।

ଗୋଆ:
ଏହିଦିନ ଲୋକମାନେ ଦେହରେ ନଡ଼ିଆତେଲ ଲଗାଇ ଥା’ନ୍ତି। ଏହାଦ୍ୱାରା ପାପମୋଚନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବା ପୁରାଣରେ ବର୍ଣ୍ଣନା କରାଯାଇଥିବାରୁ ଏହିଦିନ ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥାଏ।

Leave A Reply

Your email address will not be published.