ଡ଼ାଇବେଟିସ୍‍ ନହେବା ପାଇଁ ଖାଆନ୍ତୁ ତରଭୂଜ ମଞ୍ଜି!

ତେବେ ଏହି ତରଭୂଜ ମଞ୍ଜି ଆପଣ କିପରି ଖାଇବେ ଜାଣନ୍ତି କି ?

ସମୟ ଲାଇଭ,୧୨/୫: ଗ୍ରୀଷ୍ମ ଋତୁରେ ତରଭୂଜ ଖାଇବା ଆପଣଙ୍କ ପାଇଁ କେତେ ହିତକର ଆପଣ ନିଶ୍ଚୟ ଜାଣିଥିବେ। ଏଥରେ ୯୦ ପ୍ରତିଶତ ଜଳୀୟ ଅଂଶ ରହୁଥିବାରୁ ଏହା ଶରୀରକୁ ଡ଼ିହାଇଡ଼୍ରେସନ ହେବାରୁ ରକ୍ଷା କରିଥାଏ। ତେବେ ତରଭୂଜର ମଞ୍ଜି ମଧ୍ୟ ଆପଣଙ୍କ ପାଇଁ ଖୁବ୍‍ ଉପଯୋଗୀ ହୋଇଥାଏ। ଡ଼ାଇବେଟିସ୍‍ ପରି ରୋଗରୁ ଏହା ଆପଣଙ୍କୁ ସୁରକ୍ଷା ଦେଇଥାଏ।
ତେବେ ଏହି ତରଭୂଜ ମଞ୍ଜି ଆପଣ କିପରି ଖାଇବେ ଜାଣନ୍ତି କି ?
କଞ୍ଚା ମଞ୍ଜି ଖାଇବାକୁ ଆପଣଙ୍କୁ ରୁଚିକର ଲାଗିନପାରେ। ତେଣୁ ଆପଣ ଏହି ତରଭୂଜ ମଞ୍ଜିକୁ ଭାଜି କିମ୍ବା ବତୁରାଇ ଖାଇପାରିବେ।

 


ତରଭୂଜରେ ପ୍ରଚୁର ପରିମାଣର ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‍, ଜିଙ୍କ୍‍,ଆଇରନ୍‍,ଫାଇବର୍‍ ଆଦି ରହିଥାଏ। ଏହା ଶରୀରରେ ରେଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ।
ଏହି ମଞ୍ଜି ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହୋଇଥାଏ। ଫଳରେ ହୃଦଘାତର ଆଶଙ୍କା କମ୍‍ ହୋଇଥାଏ।
ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡ଼ାଣ୍ଟ ରହୁଥିବାରୁ ଏହା ବୟସ ବୃଦ୍ଧି ହେଲେ ମଧ୍ୟ ଚେହେରାରେ ବାର୍ଦ୍ଧକ୍ୟ ଦେଖାଦେବାରୁ ବଞ୍ଚାଇଥାଏ। ସେହିପରି ଶରୀରରେ ମାଗ୍ନେସିୟମର ଆବଶ୍ୟକତାକୁ ମଧ୍ୟ ତରଭୂଜ ମଞ୍ଜି ପୂରଣ କରିଥାଏ।
ତରଭୂଜ ମଞ୍ଜିରେ କ୍ୟାଲୋରୀର ପରିମାଣ ଯଥେଷ୍ଟ କମ୍‍ ରହୁଥିବାରୁ ଏହା ଶରୀରର ଓଜନ କମ୍‍ କରିବାରେ ସହାୟକ ହୋଇଥାଏ।
ସେହିପରି ତରଭୂଜ ମଞ୍ଜି ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ଏହ। କେଶକୁ ମଜଭୂତ କରିବା ସହ ତ୍ୱଚାକୁ ଚମକାଇବାରେ ମଧ୍ୟ ସହାୟକ ହୋଇଥାଏ।
ତେବେ ଧ୍ୟାନ ରଖିବା ଉଚିତ୍‍ ଯେ, ଆବଶ୍ୟକତାରୁ ଅଧିକ ମାତ୍ରାରେ ଯେପରି ଏହି ମଞ୍ଜି ନଖାଆନ୍ତି। ସେହିପରି ଏହି ଖାଇବା ଦ୍ୱାରା ଅନ୍ୟ ସମସ୍ୟା ଦେଖାଦେଲେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comments are closed.