ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ କେଜ୍ରିୱାଲ

ନୂଆଦିଲ୍ଲୀ,୧୭/୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ସଚିବାଳୟରେ ଅଧିକାରୀ ଓ କର୍ମଚାରୀମାନେ କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। ତେବେ ସେ ରବିବାର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ। ଏଥିସହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଜ୍ୟପାଳ ଅନିଲ ବୈଜାଲ। ସେହିପରି ୬ଜଣ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ସେଠାରେ ଶପଥ ନେଇଥିଲେ।

Comments are closed.