ଗାଡି ଚେକିଂ ବେଳେ ଅଘଟଣ, ଦୁର୍ଘଟଣାରେ ବାରିପଦା ଟାଉନ ଥାନା ସବଇନ୍ସପେକ୍ଟର ସହୀଦ

ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର

ସମୟ ଲାଇଭ19/11: ବାରିପଦା ଟାଉନଥାନା ପୋଲିସ ପକ୍ଷରୁ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ନିକଟରେ ସୋମବାର ରାତିରେ ମଦପିଇ ଗାଡି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ ଚେକିଂ କରାଯାଉଥିଲା । ମାତ୍ର କେହି କିଛି ଭାବିବା ଆଗରୁ ଘଟିଥିଲା ଅଘଟଣ । ଦୁଇଜଣ ଯୁବକ ବାଇକରେ ଦୃତ ଗତିରେ ଆସୁଥିବାବେଳେ କାର୍ଯ୍ୟରତ ଥିବା ବାରିପଦା ଟାଉନ ଥାନା ଏସଆଇ ଦୟାନିଧି ଦାସ ଗାଡିଟିକୁ ଅଟକାଇବାକୁ କହିଥିବାବେଳେ ବାଇକ ରେ ବସିଥିବା ଯୁବକ ମାନେ ଦୃତ ଗତିରେ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ । ସହୀଦ ଦାସ ତଳେ ପଡିଯିବା ସହ ତାଙ୍କର ଛାତି ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବାପରେ ପୋଲିସ ମହଲ ରେ ଶୋକର ଛାୟା ଖେଳିଯାଇଥିଲା । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାଯାଇଛି । ମଙ୍ଗଳବାର ସକାଳେ ସହୀଦ ପୋଲିସ ଅଫିସର ଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଶୋଭାଯାତ୍ରାରେ ରିଜର୍ଭ ଅଫିସକୁ ଅନାଯାଇ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏସପି ପରମର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖଙ୍କ ସହ ଜିଲ୍ଲା ଓକିଲ ସଙ୍ଘ, ବହୁ ବୁଦ୍ଧିଜୀବୀ, ସାଧାରଣ ଜନତା ଓ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ସହୀଦ ଅଫିସର ଙ୍କୁ ତାଙ୍କ ଜନ୍ମ ସ୍ଥାନ ବାଲେଶ୍ବର ଜିଲ୍ଲା ନିଆଯିବା ସହ ପୁରୀ ସ୍ଵର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Comments are closed.