ପ୍ରତିଦିନ କିଛି ନା କିଛି ମଙ୍ଗଳଗ୍ରହ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ । ବିଭିନ୍ନ ଆକାର ଏବଂ ରଙ୍ଗର ପଥର ମିଳିବା ପରେ ଏବେ ଲାଲ ଗ୍ରହରୁ ଏପରି ଏକ ପଥର ଦୃଶ୍ୟମାନ ହୋଇଛି, ଯାହା ଏକ ଫୁଲ ପରି ଦେଖାଯାଉଛି । ପ୍ରଥମ ନଜରରେ ବୈଜ୍ଞାନିକମାନେ ଏହାକୁ ଫୁଲ ବିବେଚନା କରିଥିଲେ । ହେଲେ ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହା ଏକ ପଥର ।
ଏହାର ଫଟୋ ନାସାର କୁ୍ୟରୋସିଟି ରୋଭର୍ ନିଜ କ୍ୟାମେରାରେ କଏଦ କରିଛି । ଏହି ଫୁଲ ପରି ପଥରର ଅଲଗା ଅଲଗା ପତ୍ର ବାହାରିଥିବା ପରି ଦେଖାଯାଉଛି ।
(1/3) Your Friday moment of zen: A beautiful new microscopic image from @MarsCuriosity shows teeny, tiny delicate structures that formed by mineral precipitating from water.
(Penny approximately for scale added me)https://t.co/cs7t11BWAj pic.twitter.com/AU20LjY5pQ
— Abigail Fraeman (@abbyfrae) February 26, 2022
ଏକ ରିପୋର୍ଟ ଅନୁଯାୟୀ, ଏହି ବିଶେଷ ପ୍ରକାର ପଥରର ନିର୍ମାଣ ବିଭିନ୍ନ ପ୍ରକାର ଖଣିଜର ମିଶ୍ରଣ ପରେ ହୋଇଛି । ଭିନ୍ନ ଭିନ୍ନ ପ୍ରକାରର ଖଣିଜକୁ ମିଶାଇ ଏପ୍ରକାର ଆକାର ନେଇଥିବା ପଥରକୁ ଡାଇଜେନେଟିକ କ୍ରିଷ୍ଟାଲ କ୍ଲଷ୍ଟର କୁହାଯାଏ ।
ସେହିପରି କୁ୍ୟରୋସିଟି ମିଶନର ଡେପୁଟି ପ୍ରୋଜେକଫ ବୈଜ୍ଞାନିକ ଏବିଜିଲ ପ୍ରେମେନଙ୍କ ଟ୍ୱିଟ ଅନୁଯାୟୀ ଏହା ଏପରି ଆକୃତି, ଯାହା ଲୁଣରେ ତିଆରି, ଯାହାକୁ ସଲଫେଟ୍ କୁହାଯାଏ । ଏହା କିଛି ସମୟ ପରେ ନଷ୍ଟ ମଧ୍ୟ ହୋଇଯାଏ । ଯେତେବେଳେ ଏକ ବଡ଼ ପଥରରେ ଖଣିଜର ଭିନ୍ନ ଭିନ୍ନ କଣିକା ମିଳିଥାଏ, ସେତେବେଳେ ଏପରି ଘଟେ । ଏଥିସହ ବାୟୁର ଦିଗ ଏବଂ ଗତି ବଦଳିବା ଯୋଗୁଁ ଏହାର ଆକାର ବି ବଦଳିଥାଏ । ଏହିପରି ଭାବେ ଏପରି ଆକାର ଗଠନ ହୁଏ ଏବଂ ପୁଣି ନଷ୍ଟ ହୋଇଯାଏ । ବୈଜ୍ଞାନିକମାନେ ଏହାର ନାମ ‘ବ୍ଲାକଥର୍ନ ସଲଫ’ ରଖିଛନ୍ତି ।

Comments are closed.