44 ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମୟ ଲାଇଭ, 9/4: ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ସ୍ୱାବ ଟେଷ୍ଟ ପରେ 2 ଜଣଙ୍କ ନମୂନା ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି | ଚି଼ହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ବଜାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଭୁବନେଶ୍ୱର ଅଂଚଳର ବୋଲି ଜଣା ପଡିଛି | ଏ ସମ୍ପର୍କିତ ଅଧିକ ବିବରଣୀ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତି ରୁ ଜଣାପଡିବ |

ସୂଚନା ଥାଉ କି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ 44ଟି ପଜିଟିଭ କେସ ସାମ୍ନାକୁ ଆସିଛି | ସେମାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | 41 ଜଣ ଚିକିତ୍ସାଧୀନ ଅଛନ୍ତି |

Comments are closed.