ନୟାଗଡ ଜିଲ୍ଲାରେ ଖୋଲିଲା ପ୍ରଥମ କୋଭିଡ_19 ହେଲଥ ସେଣ୍ଟର

ସମୟ ଲାଇଭ,19/4(ପ୍ରତାପ ରୁଦ୍ର ମହାରଣା): ନୟାଗଡ ଜିଲ୍ଲାରେ ଖୋଲିଲା ପ୍ରଥମ କୋଭିଡ_19 ହେଲଥ ସେଣ୍ଟର। ଆଙ୍କର-ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ କୁ ଜିଲ୍ଲା ର ପ୍ରଥମ କୋଭିଡ-୧୯ ହସ୍ପିଟାଲ ହେଲଥ କେଆର ସେଣ୍ଟର ଭାବରେ ଆଜି ପ୍ରଶାସନିକ ସ୍ତରରେ ଜିଲ୍ଲା ପାଳ ଡ଼କ୍ଟର ପୋମା ଟୁଡୁ ଉଦଘାଟନ କରିଛନ୍ତି । ସ୍ୱତନ୍ତ୍ର ଭାବରେ କୋରୋନା ପୋଜେଟିଭ ଚିହ୍ନଟ ହୋଇଥିବା ରୋଗୀ ତଥା କୋରନା ସନ୍ଦିଗ୍ଧ ମାନଙ୍କୁ ଏଠାରେ କ୍ବାରେଣ୍ଟାଇନରେ ରଖିବା ପାଇଁ ହୋଇଥିବା ଏହି ହେଲଥ କେଆର ସେଣ୍ଟରରେ ୨୦୦ ଟି ଶଯ୍ୟା ରହିଛି । ୧୩ଜଣ ଡାକ୍ତରଙ୍କ ସମେତ ମୋଟ ୧୦୦ଜଣ ସ୍ବାସ୍ଥ୍ୟ କର୍ମିଙ୍କୁ ଏଠାରେ ନିଜୁକ୍ତ କରାଜାଇଛି.. ଏହି ଉଦ୍ଘାଟନରେ ଜିଲ୍ଲାପାଳଙ୍କ ସହ କୋଭିଡ -19 ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବି. ରାୱ . ନୟାଗଡ ଏସପି.ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.