କ୍ରୀଡାଜଗତରୁ ଛୁଟୁଛି ସହାୟତାର ସୁଅ, ଜାଣନ୍ତୁ କିଏ କେତେ ଦେଲେ ?

ସମୟ ଲାଇଭ,୪/୪: ଦିଲ୍ଲୀର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ତାଙ୍କର ଦୁଇ ବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, ଲୋକମାନେ ପଚାରିଛନ୍ତି ଯେ ସେମାନଙ୍କ ଦେଶ ସେମାନଙ୍କ ପାଇଁ କ’ଣ କରିପାରିବ? ପ୍ରକୃତ ପ୍ରଶ୍ନ ହେଉଛି, ଆପଣ ନିଜ ଦେଶ ପାଇଁ କ’ଣ କରିପାରିବେ? ଲୋକସଭା ୱେବସାଇଟ୍ ଅନୁଯାୟୀ ସାଂସଦ ପ୍ରତି ମାସରେ ଏକ ଲକ୍ଷ ଟଙ୍କା ପାଆନ୍ତି।
ଏଥି ସହିତ ବାଂଲାଦେଶର ଦ୍ରୁତ ବୋଲର ଜାହାନାରା ଆଲାମ ତାଙ୍କ ଜନ୍ମଦିନରେ କରୋନାଭାଇରସ ପୀଡିତଙ୍କୁ ସାହାଯ୍ୟ କରିଥିଲେ। ଏପ୍ରିଲ୍ ୧ ରେ, ଜାହାନାରା ୫୦ରୁ ଅଧିକ ଘରକୁ ଯାଇ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ସେ କହିଛନ୍ତି ଯେ ବିପର୍ଯ୍ୟୟର ଏହି ସମୟରେ ସମସ୍ତେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍।
ଭାରତୀୟ କ୍ରିକେଟ୍ ଦଳର ଫିଲ୍ଡିଂ କୋଚ୍ ଆର ଶ୍ରୀଧର ସହାୟତା ପାଇଁ 4 ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି। ଏଥି ସହିତ ସୁଟର ଆପୋର୍ଭି ଚାନ୍ଦେଲା ପିଏମ କେୟାରସ ପାଣ୍ଠିରେ ୩ ଲକ୍ଷ ଏବଂ ରାଜସ୍ଥାନ ସିଏମ ରିଲିଫ ପାଣ୍ଠିରେ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ମଧ୍ୟ ୧୦ ଲକ୍ଷ ଟଙ୍କା ଦେଇଛି।

Comments are closed.