ଓଡ଼ିଶାରେ ଆଜି ଦିନକରେ ୧୮ ପଜିଟିଭ ଚିହ୍ନଟ

ସମୟ ଲାଇଭ୍‍,5/୪: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଆଜି ଦିନକରେ ମୋଟ ୧୮ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ୩୯କୁ ବୃଦ୍ଧି ପାଇଛି। ଆଜି ମଧ୍ୟାହ୍ନରେ ୨ ଜଣଙ୍କୁ ଚିହ୍ନଟ କରାଯାଇଥିôବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ବର୍ତ୍ତମାନ ଅନ୍ୟ ୧୬ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଦିନକରେ ମୋଟ ୧୫ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ବମିଖାଲ ଅଞ୍ଚଳର 19 ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ୮ ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେହିପରି ସୁନ୍ଦରପଦା ଅଞ୍ଚଳର ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ଭୁବନେଶ୍ୱରରେ କେବଳ ୩୨ ଜଣ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପଟେ କଟକ ବକ୍ସିବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରିଥିବାବେଳେ ସେ ନିଜାମଉଦ୍ଦିନ ଧର୍ମସଭାରେ ଯୋଗ ଦେଇଥିôବା କୁହାଯାଉଛି।
ସେହିପରି ଭଦ୍ରକରୁ ମୋଟ ୩ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି।
ପୁରୀ ଓ ଯାଜପୁରରେ ଜଣେ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

କଳାହାଣ୍ଡି ଜିଲ୍ଲାର ମଧ୍ୟ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି |
ଏହିପରି ଭାବେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାକୁ ୩୯କୁ ବୃଦ୍ଧି ପାଇଥିବାବେଳେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୩୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Comments are closed.