ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

କଳିଙ୍ଗ ସମାଜ,୨୬/୩; ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତିଜଣଙ୍କ ଭୁବନେଶ୍ୱରର ବୋଲି କୁହାଯାଉଛି। ଆକ୍ରାନ୍ତ ବ୍ରକ୍ତି ଜଣଙ୍କୁ କେଉର୍ ପରିସ୍ଥିତିରେ କରୋନା ସଂକ୍ରମିତ ହୋଇଛି ତାହାର କୋ÷ଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖୁବ୍ଶୀଘ୍ର ତାଭ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଭ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ତା ପରୀକ୍ଷା କରାଯିବ। ତେବେ ତୃତୀୟ ପଜିଟିଭ ଚିହ୍ନଟ ପରେ ଲୋକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି। ତେବେ ଖବର ପ୍ରସାର ପରେ ଲୋକ ଆତଙ୍କିତ ଥିବାବେଳେ ଭୟଭୀତ ନହୋଇ ସଚେତନ ରହିବା ପାଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ସୂଚନା ଥାଉ କି, ଭୁବନେଶ୍ୱରରେ ପୂର୍ବରୁ ୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ସୂଚନା ମିଳିଛି।

Comments are closed.