ଗାଁ ଲୋକ କଲେ ରାସ୍ତା ଅବରୋଧ

ସମୟ ଲାଇଭ, 29/3( ଉମା କଲ୍ୟାଣ ମହାପାତ୍ର ): କରୋନା ରୋଗରୁ ବର୍ତ୍ତିବା ପାଇଁ ଗାଁ ଲୋକ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା | ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶ କୁ ଲକ ଡାଉନ କରାଯାଇଥିବା ବେଳେ  ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମୁକ୍ତାପଦି ଗ୍ରାମରେ ନିଜେ ଗ୍ରାମବାସୀ ଏକଜୁଟ ହୋଇ ରାସ୍ତା ଉପରେ ବାଉଁଶ ବାଡ଼ ତିଆରି କରି ରାସ୍ତା ଅବରୋଧ କରିଛନ୍ତି | ଲକ ଡାଉନ ସମୟରେ ବାହାର ଲୋକ କୌଣସି ନିୟମ ନମାନି ଗ୍ରାମ ମଧ୍ୟକୁ ପଶୁଥିବାରୁ ଗ୍ରାମବାସୀ ମାନେ ଏହି ଭଳି ଉପାୟରେ ରାସ୍ତା ଅବରୋଧ କରିଛନ୍ତି | ବାହାର ଲୋକ ଙ୍କୁ ଗ୍ରାମବାସୀ ସଚେତନ କରିବା ସହ ସାବୁନ, ସାନିଟାଇଜରରେ ହାତ ଧୋଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଜ଼ିଲ୍ଲା ପ୍ରଶାସନ ଓ ପୋଲିସ କେହି ବି ଗ୍ରାମ ମଧ୍ୟ ରେ ପହଞ୍ଚି ନଥିବା ବେଳେ, ଗ୍ରାମବାସୀ ଏହିଭଳି ନିଜ ସୁରକ୍ଷା ପାଇଁ ନିଜେ ସଚେତନ ହୋଇଛନ୍ତି |

Comments are closed.