ବାଲେଶ୍ୱର ଓ ମୟୂରଭଞ୍ଜ ସୀମା ସିଲ୍ କୁ ନେଇ ବିବାଦ

 ସମୟ ଲାଇଭ, 24/4(ରାଜ ଗୁପ୍ତା): ଭାରତରେ କରୋନା ଭାଇରସ୍ ସଂକ୍ରମଣକୁ ନେଇ  ଭାରତବାସୀ ଆତଙ୍କିତ । ରାଜ୍ୟରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ ବାଲେଶ୍ବର ଜିଲ୍ଲାରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ  ବଡସାହି ପୋଲିସ୍ ପକ୍ଷରୁ ମୟୂରଭଞ୍ଜ ସୀମା ଭିମଦା ପଞ୍ଚାୟତ ର ନୂଆହାଟ ନିକଟରେ ବାଡ ବସାଇ ସିଲ୍ କରିଥିଲେ ।

ମାତ୍ର ବାଲେଶ୍ବର ଜିଲ୍ଲାର କିଛି ଉତ୍ଯକ୍ତ ଲୋକ ଏହାକୁ ବିରୋଧ କରି ସିଲ୍ କରାଯାଇଥିବା ବାଡକୁ ଉଠାଇଦେବା ଫଳରେ ମୟୂରଭଞ୍ଜ ଓ ବାଲେଶ୍ବର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା |  ଖବରପାଇ ବଡସାହି ଥାନା ଅଧିକାରୀ ,ବଡସାହି ତହସିଲଦାର, ଆରଆଇ  ଏବଂ ବାଲେଶ୍ବର ଜିଲ୍ଲାର ରେମୁଣା ଥାନା ଅଧିକାରୀ, ତହସିଲଦାର ଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ର ଖୁଣ୍ଟା ଗୋପବନ୍ଧୁନଗରର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରି ପୁଣି ସେହି ନୂଆହାଟ ଠାରେ ବାଡ ବସାଇ ବଡ ସାହି  ପୋଲିସ୍ ସୀମା ସିଲ କରିଛି ।

ତେବେ ଏଭଳି ଘଟଣା ଓଡିଶା ରେ ସୀମା କୁ ନେଇ ବିବାଦ ପ୍ରଥମଥର ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ।ତେବେ ଏଭଳି ପରିସ୍ଥିତିରେ ନିଜେ ନିଜକୁ ସୁରକ୍ଷା ଦେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ଦେଇ ଏହି ମହାମାରି କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଗଣ୍ଡଗୋଳ ର ପରିସ୍ଥିତି ନ କରି ସରକାରଙ୍କ ନିୟମକୁ ଠିକ୍ ଭାବରେ ପାଳନ କରିବାକୁ ବଡସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ଲୋକମାନଙ୍କୁ ପରାମର୍ଶ  ଦେଇଛନ୍ତି ।

Comments are closed.