ମହାରାଷ୍ଟ୍ରରେ ସିଏମ ସିଟକୁ ନେଇ ଛକାପଞ୍ଝା

ସମୟ ଲାଇଭ, ୩୦/୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିଲେ ହେଁ ସରକାର କରିବାରେ ଉଭୟ ଅସମର୍ଥ ୲ କାରଣ ଦୁଇ ଦଳ ଭିତରେ ସିଏମ ସିଟକୁ ନେଇ ଏବେ ଛକାପଞ୍ଝା ଲାଗିଛି ୲ ନିର୍ବାଚନ ରେଜଲ୍ଟ ଘୋଷଣା ପୂର୍ବରୁ ଶିବସେନା ଉଦ୍ଧବ ଠାକେର ପ୍ରେସମିଟରେ କହିଥିଲେ ୫୦:୫୦ସୂତ୍ରକୁ ଆମେ ମାନିବାକୁ ପ୍ରସ୍ତୁତ। ଅର୍ଥାତ ବିଜେପି ଅଢ଼େଇ ବର୍ଷ ଓ ଶିବସେନା ଅଢ଼େଇ ବର୍ଷ ସରକାରର ନେତୃତ୍ୱ ନେବ। କିନ୍ତୁ ଗତ ୨୮ ତାରିଖରେ ଉଭୟ ଶିବସେନା ଓ ବିଜେପି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟି ସରକାର କରିବା ନେଇ ଦାବି ଉପସ୍ଥାପନ କରିଛନ୍ତି । ମହାରାଷ୍ଟ୍ରରେ ସରାକାର କରିବାକୁ ହେଲେ ମ୍ୟାଜିକ୍ ନମ୍ବର ୧୪୫ ବିଧାୟକ ଆବଶ୍ୟକ।ବିଜେପି ଶିବସେନା ମେଣ୍ଟରୁ ଜିତିଛନ୍ତି ୧୬୧।ମାନେ ୧୬ ସିଟ୍ ଅଧିକ ଅଛି।

କିନ୍ତୁ ୧୬୧ସଂଖ୍ୟାକୁ ଉଭୟ ଦଳ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।୧୦୫ ଆସନରେ ଜିତି ବିଜେପି ସବୁଠୁ ବଡ଼ ପାର୍ଟି ହୋଇଛି।କିନ୍ତୁ ଶିବସେନାର ଗଣିତ କହୁଛି ବିଜେପି ଦୁର୍ବଳ ହୋଇଛି।୨୦୧୪ ନିର୍ବାଚନ ତୁଳନାରେ ଏଥର ବିଜେପିର ୧୭ ବିଧାୟକ କମ ଅଛିନ୍ତି।ଏକାକି ସରକାର ଗଠନ ଲାଗି ବିଜେପିକୁ ଆହୁରି ୪୦ଟି ଆସନରେ ଜିତିବାର ଥିଲା। ଅବଶ୍ୟ ୨ ସ୍ୱାଧିନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।ଏହା ଭିତରେ ୨୬ଅକ୍ଟୋବାରେ ଶିବସେନା ବିଧାୟକ ଦଳର ବୈଠକ ବସିଥିଲା।ବୈଠକରେ ସେନାର ସମସ୍ତ ବିଧାୟକ ଏକ ସ୍ୱରରେ କହିଥିଲେ“ବିଜେପି ଅଧ୍ୟକ୍ଷ ଅମିତ ଶାହ,ଲୋକସଭା ନିର୍ବାଚନରେ ୫୦-୫୦ର ଫର୍ମୂଲା ଦେଇଥିଲେ।ତେଣୁ ଏବେ ମୁଖ୍ୟମନ୍ତ୍ରୀର କାର‌୍ୟ୍ୟକାଳ ବିଜେପି-ଶିବସେନାର ଅଢେଇ-ଅଢେଇ ବର୍ଷ ହେବା ଜରୁରୀ। ଅପର ପକ୍ଷରେ ବିଜେପି ନେତା ସମସ୍ତେ ଚୁପ ଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଡଭିସ କହିଛନ୍ତି “ସରକାର ବିଜେପି କରିବ, ଆଉ ମୁ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବି”।ଏପରିକି ନିର୍ବାଚନ ଫଳାଫଳ ଆସିବା ଦିନ ହିଁ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ କହିଥିଲେ ହରିୟାଣାରେ ଖଟ୍ଟର ଏବଂ ମହାରାଷ୍ଟ୍ରରେ ଫର୍ଣ୍ଣାଡଭିସଙ୍କ ନେତୃତ୍ୱରେ ପୁଣି ସରକାର ହେବ।

Comments are closed.